ପିଠିରେ ଶିଶୁକୁ ବାନ୍ଧି ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ମା’

Oct 10, 2026 - 19:18
ପିଠିରେ ଶିଶୁକୁ ବାନ୍ଧି ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ମା’

"ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଲଦାଖର ଏକ ସ୍ଥାନୀୟ ପେଟ୍ରୋଲ ପମ୍ପର ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି।

ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛି।

ପ୍ରବଳ ଥଣ୍ଡାରେ ଜଣେ ମହିଳା କର୍ମଚାରୀ ନିଜ ପିଠିରେ କପଡ଼ା ସାହାଯ୍ୟରେ ଛୋଟ ଶିଶୁଟିକୁ ବାନ୍ଧି ନିଜ କାମ କରୁଥିବା ଦେଖିବାକୁ ମିଳିଛି।Advertisment ମା"ର ମମତା ଓ ଅଦମ୍ୟ ସଂଘର୍ଷର ଏହି ଦୃଶ୍ୟ ଦେଖି ଲୋକେ ଭାବପ୍ରବଣ ହୋଇପଡ଼ିଛନ୍ତି।

ସୋସିଆଲ ମିଡିଆରେ ଅନେକ ଲୋକ ଏହି ମହିଳାଙ୍କୁ "ଆଧୁନିକ ଝାନ୍ସୀରାଣୀ" କହି ପ୍ରଶଂସା କରୁଛନ୍ତି।

ଭିଡିଓଟି ଭାଇରାଲ ହେବା ପରେ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏହି କର୍ମଜୀବୀ ମା"ଙ୍କୁ ସହାୟତା କରିବା ପାଇଁ ଆଗେଇ ଆସୁଛନ୍ତି।

ପିଠିରେ ଶିଶୁକୁ ବାନ୍ଧି କରୁଛନ୍ତି କାମ ଭାଇରାଲ ଭିଡିଓରେ ଲଦାଖର ପ୍ରବଳ ଥଣ୍ଡା ଓ ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ମହିଳା ଜଣକ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରୁଥିବା ଦେଖାଯାଇଛି।

ଭିଡିଓ ଆରମ୍ଭରେ ସେ ପେଟ୍ରୋଲ ପମ୍ପ ସାମ୍ନାରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି।

ଜଣେ ମୋଟରସାଇକେଲ ଚାଳକ ତେଲ ପକାଇବା ପାଇଁ ଆସିବା ପରେ ମହିଳା ଜଣକ ତତ୍ପରତାର ସହ ନିଜ ସ୍ଥାନରୁ ଓହ୍ଲାଇ ଆସିଛି ‌ଗ୍ରାହକଙ୍କୁ ତେଲ ଦେଉଛନ୍ତି।

ସେ ପଛକୁ ବୁଲିବା ମାତ୍ରେ ତାଙ୍କ ପିଠିରେ ହଳଦିଆ ଓ ବାଦାମୀ ରଙ୍ଗର କପଡ଼ାରେ ବନ୍ଧା ହୋଇଥିବା ଛୋଟ ଶିଶୁ ଥିବା ନଜରକୁ ଆସୁଛି।

View this post on Instagram ଭିଡିଓ ଦେଖି ଭାବପ୍ରବଣ ହେଲେ ଲୋକେ ସେଠାକୁ ଆସିଥିବା ଜଣେ ବ୍ୟକ୍ତି ଏହି ହୃଦୟସ୍ପର୍ଶୀ ଦୃଶ୍ୟକୁ ନିଜ ମୋବାଇଲ୍‌ରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଏହାପରେ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହୋଇଥିଲା।

ଭିଡିଓ ଦେଖି ଅନେକ ବ୍ୟବହାରକାରୀ କହୁଛନ୍ତି ଯେ ନିଜ ପିଲାର ଭବିଷ୍ୟତ ଗଢ଼ିବା ଓ ପରିବାର ପୋଷଣ ପାଇଁ ଜଣେ ମା" ଯେକୌଣସି ପରିସ୍ଥିତିରେ ସଂଘର୍ଷ କରିପାରେ।

ମା"ଙ୍କ ସାହସକୁ ସଲାମ୍ କରୁଛନ୍ତି ବ୍ୟବହାରକାରୀ ତେବେ ଲଦାଖର ପ୍ରବଳ ଥଣ୍ଡାରେ ଶିଶୁଟିର ସୁରକ୍ଷାକୁ ନେଇ କିଛି ଲୋକ ଚିନ୍ତା ପ୍ରକାଶ କରିଛନ୍ତି।

ଅନ୍ୟପଟେ ଅନେକ ଲୋକ ମହିଳାଙ୍କ ଆତ୍ମନିର୍ଭରଶୀଳତା ଓ ପରିଶ୍ରମକୁ ପ୍ରଶଂସା କରୁଛନ୍ତି।

ମାତୃତ୍ୱ ଓ କର୍ମଜୀବନର ଦାୟିତ୍ୱକୁ ଏକାଠି ତୁଲାଉଥିବା ଏହି ମହିଳାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଷ୍ଟାରଲିଙ୍କ ପ୍ରସଙ୍ଗରେ କଂଗ୍ରେସକୁ ବିଜେପିର ଟାର୍ଗେଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।