ପିମ୍ପୁଡି ଭିଡୁଛି ଗଣେଷଙ୍କ ରଥ

Sep 18, 2026 - 15:36
ପିମ୍ପୁଡି ଭିଡୁଛି ଗଣେଷଙ୍କ ରଥ

 

 ପ୍ରତିବର୍ଷ ଗଣେଶପୂଜାରେ ବିଭିନ୍ନ ପ୍ରକାର ନିଆରା ଘଟଣା ସାମନାକୁ ଆସିଥାଏ । ସେହିଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାସ୍ଥିତ ପେଦ୍ଦାପୁରମ୍ର ମାଇକ୍ରୋ ଆର୍ଟିଷ୍ଟ ସାଈ ଥାଲ୍ଲାବଟ୍ଟୁଲା ଏକ ନିଆରା କଳାକୃତି ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି । ସେ ମାତ୍ର ୧ ସେଣ୍ଟିମିଟରର ଏକ ଅତି କ୍ଷୁଦ୍ର କାଠ ରଥ ନିର୍ମାଣ କରି ସେଥିରେ ଭଗବାନ ଗଣେଶଙ୍କର ଏକ ସୂକ୍ଷ୍ମ ମୂର୍ତ୍ତି ସ୍ଥାପନ କରିଛନ୍ତି, ଯାହାକୁ ଏକ ପିମ୍ପୁଡ଼ି ଟାଣୁଥିବାର ଦେଖିବାକୁ ମିଳିଛି । ଭଗବାନ ଗଣେଶ କେବଳ ମଣିଷ ନୁହନ୍ତି, ବରଂ ପିମ୍ପୁଡ଼ି ଭଳି ଅତି କ୍ଷୁଦ୍ର ଜୀବମାନଙ୍କ ଦ୍ୱାରା ମଧ୍ୟ ପୂଜିତ ହୁଅନ୍ତିବୋଲି ଏହି ପ୍ରତୀକାତ୍ମକ ବାର୍ତ୍ତା ଦେବା ପାଇଁ ଶିଳ୍ପୀ ସାଈ ଏହି କଳାକୃତିଟି ପ୍ରସ୍ତୁତ କରିଛନ୍ତି । ରଥ ସହ ପିମ୍ପୁଡ଼ିଟି ଯୋଡ଼ିହୋଇ ଆଗକୁ ବଢ଼ୁଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ ବେଶ୍ଭାଇରାଲ ହେବାରେ ଲାଗିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।