ପୁଣି ବାପା ହେବେ କି ବିରାଟ?
ଭାରତୀୟ କ୍ରିକେଟ୍ ଜଗତର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଏବଂ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ଦୁହେଁ ପୁଣି ଥରେ ମାତାପିତା ହେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ମୁମ୍ବାଇର ଏକ ଧାର୍ମିକ ସଙ୍ଗୀତ କାର୍ୟ୍ୟକ୍ରମରେ ଦୁହିଁଙ୍କ ଉପସ୍ଥିତି ପରେ ତୃତୀୟ ସନ୍ତାନକୁ ନେଇ ଚର୍ଚ୍ଚା ବଢ଼ିଛି। କିନ୍ତୁ ଏହି ଖବରରେ କେତେ ସତ୍ୟତା ରହିଛି? ଆସନ୍ତୁ ଜାଣିବା ବିରାଟ ଓ ଅନୁଷ୍କାଙ୍କ ପ୍ରେମ କାହାଣୀରୁ ଆରମ୍ଭ କରି ସେମାନଙ୍କ ପରିବାର ବିଷୟରେ।
ବିରାଟ ଓ ଅନୁଷ୍କାଙ୍କ ପ୍ରେମ କାହାଣୀର ଆରମ୍ଭ ହୋଇଥିଲା ୨୦୧୩ ମସିହାରେ। ଏକ ବିଜ୍ଞାପନର ସୁଟିଂ ସମୟରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବିରାଟ ଥିଲେ କ୍ରିକେଟ୍ ଜଗତର ଉଦୀୟମାନ ତାରକା, ଆଉ ଅନୁଷ୍କା ବଲିଉଡ୍ରେ ନିଜର ପରିଚୟ ସୃଷ୍ଟି କରିସାରିଥିଲେ। ଏହି ପ୍ରଥମ ସାକ୍ଷାତରୁ ଆରମ୍ଭ ହୋଇଥିବା ପରିଚୟ ଧୀରେ ଧୀରେ ଗଭୀର ସମ୍ପର୍କରେ ପରିଣତ ହୋଇଥିଲା।
ଦୁହିଁଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ଗଣମାଧ୍ୟମରେ ସେମାନଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ବିରାଟଙ୍କ ପ୍ରତ୍ୟେକ ଇନିଂସ୍ ଏବଂ ଅନୁଷ୍କାଙ୍କ ପ୍ରତ୍ୟେକ ଫିଲ୍ମ ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଚର୍ଚ୍ଚାରେ ରହୁଥିଲା। ଏହି ଯାତ୍ରାରେ ଉଭୟଙ୍କୁ ନେଇ ଅନେକ ଅନୁମାନ ଓ ସମାଲୋଚନା ମଧ୍ୟ ହୋଇଥିଲା। ତଥାପି ଦୁହେଁ ନିଜ ସମ୍ପର୍କକୁ ଆଗକୁ ବଢ଼ାଇଥିଲେ।
ଦୀର୍ଘ ବର୍ଷର ସମ୍ପର୍କ ପରେ ୨୦୧୭ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ ବିରାଟ ଓ ଅନୁଷ୍କା। ସେମାନଙ୍କ ବିବାହ ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। କ୍ରିକେଟ୍ ଓ ସିନେମା ଜଗତର ଏହି ଲୋକପ୍ରିୟ ଯୋଡ଼ି ଏବେ ‘ବିରୁଷ୍କା’ ନାମରେ ମଧ୍ୟ ପରିଚିତ।
କ୍ରିକେଟ୍ ପଡ଼ିଆରେ ରେକର୍ଡ ପରେ ରେକର୍ଡ, ଆଉ ବ୍ୟକ୍ତିଗତ ଜୀବନରେ ପ୍ରେମର ନୂଆ ଅଧ୍ୟାୟ! ଭାରତୀୟ କ୍ରିକେଟ୍ର ସୁପରଷ୍ଟାର୍ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଦୁହେଁ ତୃତୀୟ ଥର ପାଇଁ ମାତାପିତା ହେବେ କି? ସୋସିଆଲ୍ ମିଡିଆରେ ଏହି ପ୍ରଶ୍ନ ଜୋର୍ ଧରିଛି।
ବିରାଟ କୋହଲି କେବଳ ଜଣେ କ୍ରିକେଟର୍ ନୁହନ୍ତି, ସେ ବିଶ୍ୱ କ୍ରିକେଟ୍ର ଜଣେ ଲୋକପ୍ରିୟ ତାରକା। ତାଙ୍କ ବ୍ୟାଟିଂ, ଆକ୍ରମଣାତ୍ମକ ଖେଳ ଓ ରେକର୍ଡ ତାଙ୍କୁ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସ୍ଥାନ ଦେଇଛି। ଅନ୍ୟପଟେ ଅନୁଷ୍କା ଶର୍ମା ମଧ୍ୟ ବଲିଉଡ୍ର ଜଣେ ପରିଚିତ ଅଭିନେତ୍ରୀ। କ୍ରିକେଟ୍ ଓ ସିନେମା ଜଗତର ଏହି ଦୁଇ ତାରକାଙ୍କ ପ୍ରେମ କାହାଣୀ ୨୦୧୩ ମସିହାରୁ ଚର୍ଚ୍ଚାକୁ ଆସିଥିଲା। ଶେଷରେ ୨୦୧୭ ଡିସେମ୍ବରରେ ଇଟାଲୀରେ ଦୁହେଁ ବିବାହ କରିଥିଲେ।
ବିବାହ ପରେ ଏହି ଦମ୍ପତିଙ୍କ ଜୀବନକୁ ଆସିଥିଲା ପ୍ରଥମ ଖୁସି। ୨୦୨୧ ଜାନୁଆରୀ ୧୧ରେ ଅନୁଷ୍କା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ନାଁ ରଖାଯାଇଥିଲା ବାମିକା। ଏହାପରେ ୨୦୨୪ ଫେବ୍ରୁଆରୀ ୧୫ରେ ଜନ୍ମ ନେଇଥିଲେ ପୁଅ ଅକାୟ। ଏବେ ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ—ଝିଅ ବାମିକା ଓ ପୁଅ ଅକାୟ।
କିନ୍ତୁ ଏବେ ପ୍ରଶ୍ନ ଉଠୁଛି, ପରିବାରକୁ ଆସିବ କି ଆଉ ଜଣେ ନୂଆ ସଦସ୍ୟ? ଅକ୍ଟୋବର ୨୫ ତାରିଖରେ ମୁମ୍ବାଇରେ ଏକ କୀର୍ତ୍ତନ କାର୍ୟ୍ୟକ୍ରମରେ ବିରାଟ ଓ ଅନୁଷ୍କା ଏକାଠି ନଜର ଆସିଥିଲେ। ଏହାପରେ ସେମାନଙ୍କର ତୃତୀୟ ସନ୍ତାନକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।
ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିରାଟ କିମ୍ବା ଅନୁଷ୍କା କେହି ମଧ୍ୟ ତୃତୀୟ ସନ୍ତାନ ଆସିବା ନେଇ ଅଧିକାରିକ ଘୋଷଣା କରିନାହାନ୍ତି। ଯଦି ଏଭଳି କିଛି ଖୁସି ଖବର ଆସେ, ତେବେ ଦମ୍ପତିଙ୍କ ଅଧିକାରିକ ଘୋଷଣା ପରେ ହିଁ ତାହା ସ୍ପଷ୍ଟ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।