ପୋଷା କୁକୁରଙ୍କ ପାଇଁ ନବରାତ୍ର ଉତ୍ସବ
ନବରାତ୍ରି ଆରମ୍ଭ ପୂର୍ବରୁ ଅହମ୍ମଦାବାଦଠାରେ ପୋଷା କୁକୁରମାନଙ୍କ ପାଇଁ 'ପୱରାତ୍ରି' ନାମକ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ ଉତ୍ସବର ଆୟୋଜନ କରାଯାଇଛି । ଏକ 'ଡଗ୍ ହୋଟେଲ' ପକ୍ଷରୁ ଆୟୋଜିତ ଏହି ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ କୁକୁରମାନେ ଚନିୟା-ଚୋଲି ଓ ପାରମ୍ପରିକ ଗୁଜରାଟୀ ପୋଷାକ ପରିଧାନ କରି ଭାଗ ନେଇଛନ୍ତି । ସେମାନେ ଏଠାରେ ପେଟ୍-ଫ୍ରେଣ୍ଡଲି ଗରବା, ଦାଣ୍ଡିଆ, ସଙ୍ଗୀତ, ଖେଳକୁଦ ଓ ସେଲଫି ଚ୍ୟାଲେଞ୍ଜ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହାସହ ଶ୍ରେଷ୍ଠ ପୋଷାକଧାରୀ କୁକୁର, ସର୍ବୋତ୍ତମ ମ୍ୟାଚିଂ ପରିବାର, ଏବଂ ସବୁଠାରୁ କୌତୂହଳୀ ପୋଷା ଜୀବ ପାଇଁ ସ୍ୱତନ୍ତ୍ର ପ୍ରତିଯୋଗିତା ସହ ସେମାନଙ୍କର ମାଲିକମାନଙ୍କ ପାଇଁ ଶପିଂ, ଖାଦ୍ୟ ଓ ଗରବାର ବ୍ୟବସ୍ଥା କରାଯାଇଥିଲା । ପୋଷା ପ୍ରାଣୀ ଓ ସେମାନଙ୍କ ମାଲିକମାନଙ୍କୁ ଏକାଠି ଆଣି ନବରାତ୍ରି ପାଳନ କରିବା ଉଦ୍ଦେଶ୍ୟରେ ଏହି ନିଆରା କାର୍ଯ୍ୟକ୍ରମଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ମାଲିକମାନେ ନିଜ ନିଜ କୁକୁରଙ୍କୁ ପାରମ୍ପରିକ ପୋଷାକ ପିନ୍ଧାଇ ବେଶ୍ ଉତ୍ସାହର ସହ ଯୋଗଦେଇଥିଲେ । ସୋସିଆଲ ମିଡିଆରେ ଏହାର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।