ପାର୍କରୁ ମିଳିଲା ୯କୋଟିର ହୀରା

Oct 07, 2026 - 12:54
ପାର୍କରୁ ମିଳିଲା ୯କୋଟିର ହୀରା

 

ଆମେରିକାର ଆରକାନସାସ ସ୍ଥିତ 'କ୍ରାଟର ଅଫ୍ ଡାଇମଣ୍ଡସ ଷ୍ଟେଟ ପାର୍କ'ରେ ଜଣେ ବ୍ୟକ୍ତି ମାତ୍ର ୧୫ ଡଲାର (ପ୍ରାୟ ୧,୪୦୦ ଟଙ୍କା) ପ୍ରବେଶ ଫି' ଦେଇ ୬.୦୩ କେରଟର ଏକ ଦାମୀ ହଳଦିଆ ହୀରା ପାଇବା ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ନିୟୁତ ଡଲାର (ପ୍ରାୟ ୯ କୋଟି ଟଙ୍କା) ବୋଲି ଆକଳନ କରାଯାଇଛି । ଜ୍ୟାକ୍ ପିଏରାଡିନ୍ ନାମକ ଏହି ବ୍ୟକ୍ତିଜଣକ ୨୦୧୩ ମସିହାରୁ ଦୀର୍ଘ ୧୨ ବର୍ଷ ଧରି ଏହି ପାର୍କକୁ ଆସି ହୀରା ଖୋଜୁଛନ୍ତି । ଏପର୍ଯ୍ୟନ୍ତ ସେଠାରୁ ୩୦୦ରୁ ଅଧିକ ମୂଲ୍ୟବାନ ପଥର ସଂଗ୍ରହ କରିସାରିଛନ୍ତି । ନିକଟରେ ସେ ଜଣେ ସାଙ୍ଗଙ୍କ ସହ ମିଶି ୫-ଗ୍ୟାଲେନ୍ ବାଲଟିରେ ଗୋଡ଼ି ଏବଂ ପଥର ଛାଣୁଥିବା ସମୟରେ ଏହି ଚମକପ୍ରଦ ହଳଦିଆ ହୀରାଟି ପାଇଥିଲେ । ଏହାର ନାମ 'ଆମେରିକାନ୍ ଡ୍ରିମ୍' ରଖିଛନ୍ତି । ସୂଚନାଯୋଗ୍ୟ ଯେ, ୧୯୭୨ ମସିହାରୁ ଏହି ପାର୍କରୁ ୩୭,୦୦୦ରୁ ଅଧିକ ହୀରା ମିଳିସାରିଥିବା ବେଳେ ୧୯୨୪ ମସିହାରେ ସେଠାରୁ ଆମେରିକାର ସବୁଠାରୁ ବଡ଼ ୪୦.୨୩ କେରଟର 'ଅଙ୍କଲ ସାମ୍' ହୀରା ଆବିଷ୍କୃତ ହୋଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।