ବାଚସ୍ପତିଙ୍କ ଆକ୍ସନ ଭୟ : ଅଧା ସାଂସଦ ଗାଏବ ! ସାଂସଦ ପଦ ବଞ୍ଚାଇବାକୁ ବିଦ୍ରୋହୀ ଗୋଷ୍ଠୀରେ ହଟଚମଟ

Oct 08, 2026 - 22:45
ବାଚସ୍ପତିଙ୍କ ଆକ୍ସନ ଭୟ : ଅଧା ସାଂସଦ ଗାଏବ ! ସାଂସଦ ପଦ ବଞ୍ଚାଇବାକୁ ବିଦ୍ରୋହୀ ଗୋଷ୍ଠୀରେ ହଟଚମଟ

"ନୂଆଦିଲ୍ଲୀ : ଏନ୍‌ସିପିଆଇ ସହ ହାତ ମିଳାଇଥିବା ୨୦ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ଆବେଦନ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ପଡ଼ି ରହିଥିବାବେଳେ ଆଜି ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଏକ ବୈଠକ ବସିଥିଲା ।

କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକକୁ ୨୦ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କ ମଧ୍ୟରୁ ୧୦ ଜଣ ଆସିନଥିଲେ ।

ବୈଠକରେ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ନେତାମାନଙ୍କର ଅନୁପସ୍ଥିତିକୁ ନେଇ ବିଭିନ୍ନ କାରଣ ଦର୍ଶାଇଛନ୍ତି ।Advertisment Bhagwant Mann: ପଞ୍ଜାବର ୫୦ ୱାର୍ଡରେ ପୁନଃନିର୍ବାଚନ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ; ଭଗୱନ୍ତ ମାନ୍‌ଙ୍କ ଇସ୍ତଫା ଦାବି କଲା ବିଜେପି କେତେକ ନେତା ବିଦେଶରେ ଥିବାବେଳେ ଅନ୍ୟ କିଛି ନେତାଙ୍କର ପରିବାରରେ ଜରୁରୀ କାମ କିମ୍ବା ପୂର୍ବରୁ ଧାର୍ଯ୍ୟ ହୋଇଥିବା ବୈଠକ ପାଇଁ ଆଜିର ବୈଠକକୁ ଆସିପାରିନାହାନ୍ତି ।

ବରିଷ୍ଠ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ ଏକ ହୋଟେଲ୍‌ରେ ଏନେଇ ଏକ ବୈଠକ ରଖିଥିଲେ ।

ଆଗକୁ ଦୁର୍ଗା ପୂଜା ଥିବାବେଳେ ସେ ଏହା ପୂର୍ବରୁ ସାଂସଦମାନଙ୍କ ପାଇଁ ଭଲ ଖାଇବା ବ୍ୟବସ୍ଥା ମଧ୍ୟ କରିଥିଲେ ।

ଆଜି ବୈଠକରେ ଯୋଗ ଦେଇନଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି କାକଳି ଘୋଷ ଦସ୍ତିଦାର, ସାୟନୀ ଘୋଷ, ୟୁସୁଫ ପଠାନ, ମାଲା ରାୟ, ଜୁନ୍‌ ମାଲିୟା, ପାର୍ଥ ଭୌମିକ, ମିତାଲି ବାଗ୍‌, କାଳିପଦ ‌ସୋରେନ, ଦେବ ଓ ଅସିତ ମଲ ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।