ବିପୁଳ ମାତ୍ରାରେ ଗଂଜେଇ ଜବତ,୨ ଗିରଫ
ପୁରୀ : ଭଡା ଘରେ ଗଞ୍ଜେଇ ବେପାର । ପୁରୀ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ବାଲିଗୁଆଳି ମହାନ୍ତି ସାହିରୁ ଜବତ ହୋଇଛି ବିପୁଳ ଗଞ୍ଜେଇ । ପ୍ରାୟ ୨୭୦କେଜି ରୁ ଅଧିକ ଗଂଜେଇ ସହ ୪୫ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଘଟଣାରେ କାର୍ତ୍ତିକେଶ୍ୱର ସାମନ୍ତରାୟ ଓ ଦେବ ସାହୁଙ୍କୁ ପୋଲିସ ଅଟକ ରଖିଛି ।
ପୁରୀ ଫାର୍ମାସି କଲେଜ ନିକଟରେ ଥିବା ଏକ ଘରେ ଗଞ୍ଜେଇ ଗଚ୍ଛିତ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପେଣ୍ଠକଟା ମେରାଇନ୍ ପୋଲିସର ଏକ ଟିମ୍ ସେଠାରେ ଅତର୍କିତ ଚଢ଼ାଉ କରିଥିଲା । ଏହି ଘରଟି ଜଣେ ରିଅଲ୍ ଇଷ୍ଟେଟ୍ ଠିକାଦାରଙ୍କର ହୋଇଥିବା ବେଳେ, ଅଭିଯୁକ୍ତ ଦ୍ୱୟ ଏହାକୁ ଭଡ଼ାରେ ନେଇଥିଲେ । ଗଞ୍ଜେଇ ବିତରଣ କରିବା ପୂର୍ବରୁ ସେମାନେ ଏହାକୁ ସେଠାରେ ଲୁଚାଇ ରଖିଥିବା ପୋଲିସ ସନ୍ଦେହ କରୁଛି । ଜବତ ଗଞ୍ଜେଇ ପ୍ରାୟ ୨୭୦କେଜି ରୁ ଅଧିକ ହେବ ବୋଲି ଜଣା ପଡିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।