ବିଶ୍ୱ କପା ଦିବସ

Oct 07, 2026 - 12:54
ବିଶ୍ୱ କପା ଦିବସ

 

ପ୍ରତିବର୍ଷ ଅକ୍ଟୋବର ୭ ତାରିଖରେ ସମଗ୍ର ବିଶ୍ୱରେ 'ବିଶ୍ୱ କପା ଦିବସ' ପାଳନ କରାଯାଇଥାଏ ।  କୃଷି ଓ ବସ୍ତ୍ର ଶିଳ୍ପରେ 'ଧଳା ସୁନା' ଭାବେ ପରିଚିତ କପାର ଗୁରୁତ୍ୱ ଏବଂ ଏହା ସହ ଜଡ଼ିତ କୋଟି କୋଟି ଚାଷୀ ଓ ଶ୍ରମିକଙ୍କ ଅବଦାନକୁ ଚିହ୍ନଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ୨୦୧୯ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନ ଏବଂ ଆଫ୍ରିକୀୟ କପା ଉତ୍ପାଦନକାରୀ ଦେଶ 'କଟନ୍-୪' (ବେନିନ୍, ବୁର୍କିନା ଫାସୋ, ଚାଡ୍ ଓ ମାଲି)ର ମିଳିତ ଉଦ୍ୟମରେ ପ୍ରଥମ କରି ଏହି ଦିବସର ପାଳନ ହୋଇଥିଲା । ଯାହାକୁ ପରବର୍ତ୍ତୀ ସମୟରେ ମିଳିତ ଜାତିସଂଘ ସ୍ୱୀକୃତି ପ୍ରଦାନ କରିଥିଲା । କପା କେବଳ ଏକ କୃଷିଜାତ ଦ୍ରବ୍ୟ ନୁହେଁ, ବରଂ ଏହା ବିଶ୍ୱବ୍ୟାପୀ ପ୍ରାୟ ୧୨୫ ନିୟୁତରୁ ଅଧିକ ଲୋକଙ୍କ ଜୀବିକା, ନିଯୁକ୍ତି ଓ ବୈଦେଶିକ ମୁଦ୍ରା ଅର୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି । ବିଶେଷ କରି ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକରେ କପା ଚାଷ ସାମାଜିକ-ଆର୍ଥିକ ବିକାଶର ଏକ ମୁଖ୍ୟ ସ୍ତମ୍ଭ ସଦୃଶ ଛିଡ଼ା ହୋଇଛି । କୃତ୍ରିମ ତନ୍ତୁର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଏବଂ କୀଟନାଶକର ବ୍ୟବହାର ଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ଜୈବିକ କପା ଉତ୍ପାଦନ, ସ୍ଥାୟୀ କୃଷି ପ୍ରଣାଳୀ ଓ ଉଚିତ ବାଣିଜ୍ୟ ନୀତି ଆପଣାଇବା ପାଇଁ ଏହି ଦିବସ ସଚେତନତା ସୃଷ୍ଟି କରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।