ରାଉରକେଲାରେ ନକଲି ଚାଉଳ ଜବତ

Oct 15, 2026 - 12:11
ରାଉରକେଲାରେ ନକଲି ଚାଉଳ ଜବତ

ରାଉରକେଲା :  ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ପାଖାପାଖି ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ ଜବତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ରାଉରକେଲା ପୋଲିସ । ପ୍ରଗତି ବ୍ରାଣ୍ଡ କମ୍ପାନୀ ପ୍ୟାକେଟରେ ନିମ୍ନମାନର ଚାଉଳ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହା ପରେ ରାଉରକେଲାର କେତେକ ଚାଉଳ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ । ଅଭିଯୋଗ ପାଇବା ପରେ ରାଉରକେଲାର ବିଭିନ୍ନ ଚାଉଳ ଗୋଦାମ ଉପରେ ପୋଲିସ ତନାଘନା ଚଢ଼ାଉ ଜାରି ରଖିଛି।

ରାଉରକେଲା ଏସପି ଏକ ସତନ୍ତ୍ର ପୋଲିସ ଟିମ ଗଠନ କରି ଡେଲିମାର୍କେଟର ଦିନାନାଥ ଲେନରେ କିଛି ଚାଉଳ ଗୋଦାମ ଓ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ନକଲି ବ୍ରାଣ୍ଡ ପ୍ରସ୍ତୁତି ରାକେଟ ଚାଲିଥିବା ଘଟଣା ଜଣା ପଡିଥିଲା । ତେବେ ଏହି ବ୍ୟବସାୟ କେବଳ ରାଜ୍ୟ ଭିତରେ ଚାଲିଛି ନା ରାଜ୍ୟ ବାହାରକୁ ମଧ୍ୟ ଚାଲିଛି ସେନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ରାଉରକେଲା ଏସପି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।