ଯାଜପୁର ଜିଲ୍ଲାର ୩୯ ହଜାର ୩୮୨ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଉଦ୍‌ଘାଟନ ଲକେ ମୁଖ୍ୟମନ୍ତ୍ରୀ

Oct 14, 2026 - 15:24
ଯାଜପୁର ଜିଲ୍ଲାର ୩୯ ହଜାର ୩୮୨ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଉଦ୍‌ଘାଟନ ଲକେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଯାଜପୁରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି । ଯାଜପୁର ଜିଲ୍ଲାର କଳିଙ୍ଗନଗରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୯ ହଜାର ୩୮୨ କୋଟି ଟଙ୍କାର ୪୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ଏହାସହ ସଭାସ୍ଥଳରୁ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।

ଏହି ଯୁଗାନ୍ତକାରୀ ପଦକ୍ଷେପ ରାଜ୍ୟରେ ୪୨,୦୦୦ରୁ ଊର୍ଦ୍ଧ୍ୱ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରକଳ୍ପ ହେଉଥିବା ସ୍ଥାନରେ ଆଞ୍ଚଳିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଶିଳ୍ପପତିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ । ୨୪ ବର୍ଷୀୟା ସରକାରରେ ଶିଳ୍ପ ଏକ ସ୍ଲୋଗାନରେ ସୀମିତ ଥିଲା । ୨୪ ବର୍ଷୀୟା ସରକାର ଶିଳ୍ପ କ୍ଷେତ୍ରରେ କଣ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମେକ ଇନ ଓଡିଶା କରୁଥିଲେ, ସେଥିରେ କେତେ ଟଙ୍କା ଆସିଥିଲା, କେତେ ନିଯୁକ୍ତି ଆସିଥିଲା । 

ସେହିପରି ନିର୍ବାଚନ ଆସିଲେ ପ୍ରଚାର ପ୍ରସାରର ଏକ ମାଧ୍ୟମ ଥିଲା ଶିଳ୍ପ ବିକାଶ । ଶିଳ୍ପ କ୍ଷେତ୍ରରେ ଅନେକ କରିଥିବା ନେଇ ଡିଣ୍ଡିମ ପିଟୁଥିଲେ କିନ୍ତୁ ବାସ୍ତବରେ ଏହା କେବଳ ପମ୍ଫା ଆୱାଜ ଥିଲା । ଆମେ କଣ କରିଛୁ ତାହା ଆପଣଙ୍କ ଆଗରେ ରହିଛି । ପୂର୍ବ ସରକାର କେବଳ ପ୍ରଚାର ପ୍ରସାର କରୁଥିଲେ । ୨୪ ବର୍ଷୀୟ ସରକାର ରାଜ୍ୟର ଖଣି ପାଣି ବ୍ୟବହାର କରିବାର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିଲା । ଶିଳ୍ପକୁ ଗ୍ରାଉଣ୍ଡିଂ କରିନଥିଲେ । କେବଳ ରପ୍ତାନି କରୁଥିଲେ କିନ୍ତୁ ଫିନିସିଂ କରିପାରୁ ନଥିଲେ ବୋଲି କହି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ କାଠଗଡାକୁ ଆଣିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।