୧୯ ଏବଂ ୨୦ ତାରିଖ ଏମ୍ସ ଓପିଡ଼ି ସେବା ବନ୍ଦ
ଭୁବନେଶ୍ୱର : ମହାନବମୀ ଓ ବିଜୟା ଦଶମୀ ଉପଲକ୍ଷେ ଏମ୍ସ (AIIMS) ର ସାଧାରଣ ଓପିଡ଼ି ସେବା ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଛୁଟିଦିନ ତାଲିକା ଅନୁଯାୟୀ, ଦଶହରା ପର୍ବପାଇଁ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଛୁଟି ରହୁଥିବାରୁ ଏହି ଦିନଗୁଡ଼ିକରେ ସାଧାରଣ ରୋଗୀ ଦେଖା ବା ଓପିଡ଼ି ପଞ୍ଜୀକରଣ ବନ୍ଦ ରହିଥାଏ । ଏନେଇ ଭୁବନେଶ୍ୱରଏମ୍ସର ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ଏହି ଦୁଇ ଦିନ ଡାକ୍ତରଖାନାରେ ସାଧାରଣ ଓପିଡି ସେବା ଉପଲବ୍ଧ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ସେପଟେ, ସାଧାରଣ ଓପିଡ଼ି ସେବା ବନ୍ଦରହିଥିଲେ ମଧ୍ୟ , ହସ୍ପିଟାଲର ସମସ୍ତ ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଟ୍ରମା କେୟାର୍ ୨୪ ଘଣ୍ଟା ଖୋଲା ରହିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।