ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ରେଡ

Nov 04, 2026 - 14:35
ରାଜା ଚକ୍ର ଓ ସହଯୋଗୀଙ୍କ ଘରେ ରେଡ

କେନ୍ଦୁଝର : କ୍ରସର କିଣା ବିକା ମାମଲାରେ ରାଜା ଚକ୍ରଙ୍କୁ ଘରେ EOW ର ଚଢ଼ାଉ ।  କ୍ରସର ମାଲିକ ରାଜା ଚକ୍ର  ଏବଂ ତା'ର ସହଯୋଗୀ ସଦାଶିବ ସାମଲ,ଜ୍ୟୋତି ମିଶ୍ରଙ୍କ ଘରେ ଓ ଅଫିସରେ ଚଢ଼ାଉ ଜାରି ରହିଛି । ପୂର୍ବରୁ ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ଗତ ବର୍ଷ ମାର୍ଚ୍ଚ ମାସରେ ED ତାଙ୍କୁ ଗିରଫ କରିଥିବା ବେଳେ, ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ EOW ର ଚଢ଼ାଉ କ୍ରସର ମାଲିକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲା EOW । ଆଜି କେନ୍ଦୁଝରରେ ରାଜା ଚକ୍ର ଓ ତାଙ୍କର ସହଯୋଗୀ ସଦାଶିବ ସାମଲଙ୍କ ଘରେ EOWର ଦୁଇଟି ଟିମ୍ ଚଢ଼ାଉ କରିଛି । ଗତ ୧୦ ତାରିଖ ଦିନ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଥିଲା ତଦନ୍ତକାରୀ ଟିମ୍ ।

ସୂଚନାନୁସାରେ, କେନ୍ଦୁଝର ଶୁଆକାଠିରେ ଥିବା ଏକ କ୍ରସରକୁ ରାଜା ଚକ୍ର ଏବଂ ସହଯୋଗୀ ସଦାଶିବ ସାମଲ ଜୋରଜବରଦସ୍ତ କବଜା କରିଥିବାବେଳେ ସେମାନଙ୍କ ନାମରେ କରେଇ ପ୍ରକୃତ ମାଲିକଙ୍କୁ ଟଙ୍କା ଦେଇନଥିବା ନେଇ EOWରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କିଛିଦିନ ପୂର୍ବରୁ ଉକ୍ତ କ୍ରସରରେ EOW ଚଢ଼ାଉ କରିଥିବା ବେଳେ ଆଜି ଉଭୟଙ୍କ ଘରେ ଚଢ଼ାଉ କରିଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।