27 SEPTEMBER 2026

Welcome!

Unlock your personalized experience.
Sign Up

108-ambulance: ୧୦୮-ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଦରମାରେ ହେରଫେର

Sep 27, 2026 - 06:53
108-ambulance: ୧୦୮-ଆମ୍ବୁଲାନ୍‌ସ କର୍ମଚାରୀଙ୍କ ଦରମାରେ ହେରଫେର

ଭୁବନେଶ୍ବର: ୧୦୮ ଆମ୍ବୁଲାନ୍‌ସ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଦରମା ଓ ସ୍ବତନ୍ତ୍ର ଅର୍ଥରାଶି ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍‌ସ ଡ୍ରାଇଭର ଓ ଆଟେଣ୍ଡାଣ୍ଟଙ୍କ ପାଇଁ ସରକାର ସ୍ବତନ୍ତ୍ର ଅର୍ଥରାଶି ଧାର୍ଯ୍ୟ କରିଛନ୍ତି। ହେଲେ ସେମାନଙ୍କୁ ଟଙ୍କା ମିଳୁ ନ ଥିବା କର୍ମଚାରୀ ଅଭିଯୋଗ କରିଛନ୍ତି।  ୧୦୮ ଆମ୍ବୁଲାନ୍‌ସ ସେବାରେ ୬ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଡ୍ରାଇଭରଙ୍କ ପାଇଁ ୫ହଜାର, ଆଟେଣ୍ଡାଣ୍ଟଙ୍କ ପାଇଁ ୩ହଜାର ଟଙ୍କା ସ୍ବତନ୍ତ୍ର ଅର୍ଥରାଶି ଧାର୍ଯ୍ୟ ହୋଇଥିଲା। ପୂର୍ବ ପରିଚାଳନା ସଂସ୍ଥା ସମୟରେ କର୍ମଚାରୀମାନେ ଏହି ଅର୍ଥ ପାଉଥିଲେ। ମାତ୍ର ୨୦୧୪ ମସିହା ଅକ୍ଟୋବର ମାସରୁ ଏମ୍ରି ଗ୍ରିନ୍‌ ସଂସ୍ଥା ଦାୟିତ୍ବ ନେବା ପରେ ଏହି ଅର୍ଥ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଦରମା ସ୍ଲିପ୍‌ ଅନୁସାରେ, ଡ୍ରାଇଭରଙ୍କ ପାଇଁ ୫ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କୁ ୪ହଜାର ୩୦୧ ଟଙ୍କା ମିଳୁଛି। ଆଟେଣ୍ଡାଣ୍ଟଙ୍କ ୩ହଜାର ଟଙ୍କା ବଦଳରେ ୨ହଜାର ୫୮୧ଟଙ୍କା ମିଳୁଛି। ଆଟେଣ୍ଡାଣ୍ଟଙ୍କ କ୍ଷେତ୍ରରେ ୬୯୯ ଟଙ୍କା ଓ ଆଟେଣ୍ଡାଣ୍ଟଙ୍କ ୪୧୯ଟଙ୍କା କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।

Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ

ଏହାସହ ଡ୍ୟୁଟି ସମୟ ଓ ଦରମାକୁ ନେଇ ଶ୍ରମ କମିସନରଙ୍କ ଦ୍ବାରସ୍ଥ ହୋଇଛି ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ସଂଘ। କର୍ମଚାରୀ ୧୨ଘଣ୍ଟା ଡ୍ୟୁଟି କରୁଛନ୍ତି, ହେଲେ ସେମାନଙ୍କୁ ୮ଘଣ୍ଟାର ଦରମା ମିଳୁଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଅଲ୍‌ ଓଡ଼ିଶା ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ ସଂଘ ସହସଂପାଦକ ପ୍ରଦୀପ କୁମାର ଦାସ କହିଛନ୍ତି, ସରକାର ଯେଉଁ ୫ହଜାର ଟଙ୍କା ସ୍ବତନ୍ତ୍ର ଅର୍ଥରାଶି ଧାର୍ଯ୍ୟ କରିଥିଲେ ତହିଁରୁ ୭ଶହ ଟଙ୍କା ବେଆଇନଭାବେ କଟାଯାଉଛି। ଗତ ୨ବର୍ଷ ହେବ ଏହା ଚାଲିଛି। ଏହା ଏକ ବଡ଼ ଧରଣର ଠକେଇ। ଉପସଭାପତି ସୌଭେନ୍ଦ୍ର ସାମଲ କହିଛନ୍ତି, ୨ବର୍ଷ ହେବ କର୍ମଚାରୀ ଯନ୍ତ୍ରଣା ଭୋଗୁଛନ୍ତି। ଓଟି କିମ୍ବା ସିଫ୍‌ଟ ବଦଳି ବ୍ୟବସ୍ଥା ନାହିଁ। ଖାଇବା ପାଇଁ ସମୟ ମିଳୁନାହିଁ। ଦରମା ଓ ସ୍ବତନ୍ତ୍ର ଅର୍ଥରାଶିକୁ କାଟି ଦିଆଯାଉଛି। ନିର୍ଯାତନା ଦେବାରେ ପରିଚାଳନା ସଂସ୍ଥା ଇଂରେଜମାନଙ୍କଠାରୁ ବଳିଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।  କର୍ମଚାରୀଙ୍କ ଅଭି‌ଯୋଗର ସମାଧାନ ପାଇଁ ପୂର୍ବରୁ ଏଥିପାଇଁ ୩ଥର ବୈଠକ ବସିଥିଲା। ଏବେ ଶ୍ରମ କମିସନରଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ସଂଘ ଓ ପରିଚାଳନା ସଂସ୍ଥାର ପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା। ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କୁ ଡ୍ୟୁଟି ଓ ଦରମା ଦେବା ଲାଗି କମିସନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। 

Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ

ଅପରପକ୍ଷରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ପକ୍ଷରୁ କୁହାଯାଇଛି ଯେ ୧୦୮ ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଡ୍ରାଇଭର, ଇଏମ୍‌ଟି ଓ ହେଲ୍‌ପରଙ୍କୁ ଆଇପିଟିଏଚ୍‌ଏଚ୍‌ଏସ୍‌-୨ ଆରଏଫ୍‌ପିର ଧାରା ୨.୫.୨୬ ଓ ପ୍ରଚଳିତ ସର୍ବନିମ୍ନ ମଜୁରି ଆଇନ ଅନୁଯାୟୀ ବେତନ ଦିଆଯାଉଛି। ଡ୍ରାଇଭର ଓ ଇଏମ୍‌ଟିଙ୍କୁ ପ୍ରତି ମାସ ୫ହଜାର ଓ ହେଲ୍‌ପରଙ୍କୁ ୩ହଜାର ଟଙ୍କା ସ୍ବତନ୍ତ୍ର ଆମ୍ବୁଲାନ୍‌ସ ଭତ୍ତା ପ୍ରଦାନ କରାଯାଉଛି। ଆଇନ ଅନୁଯାୟୀ ଲାଗୁ ହେଉଥିବା ଆବଶ୍ୟକୀୟ କାଟ୍‌ ମଧ୍ୟ ନିୟମ ଅନୁସାରେ କରାଯାଉଛି। ବେତନରୁ କଟାଯାଉଥିବା ପିଏଫ୍‌ ଓ ଇଏସ୍‌ଆଇସି ରାଶି ସମ୍ପୃକ୍ତ କର୍ମଚାରୀଙ୍କ ଖାତାରେ ଜମା କରାଯାଉଛି। ଏହି କାଟ୍‌ ଅନଧିକୃତ ବେତନ କାଟ୍‌ ନୁହେଁ। କର୍ମଚାରୀଙ୍କ ବେତନ, ସ୍ୱତନ୍ତ୍ର ଭତ୍ତା ଓ ଆବଶ୍ୟକୀୟ କାଟ୍‌ ଟେଣ୍ଡରର ନିୟମ ଓ ପ୍ରଚଳିତ ଆଇନ ଅନୁଯାୟୀ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।