₹20 Lakh Jewellery Heist: ଶୁଦ୍ଧିକ୍ରିୟାକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଲୁଟେରା

Sep 15, 2026 - 16:06
₹20 Lakh Jewellery Heist: ଶୁଦ୍ଧିକ୍ରିୟାକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଲୁଟେରା

୨୦ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ। ଶୁଦ୍ଧି କ୍ରିୟାକୁ ଯାଇଥିଲେ ପରିବାର ସଦସ୍ୟ, ଏଣେ ଦୁର୍ବୃତ୍ତ ଘରେ ବୁଲାଇଲେ କଳାକନା। ମୟୂରଭଂଜ କପ୍ତିପଦା ଥାନା ପିଙ୍ଗୁ ଗାଁରେ ହୋଇଛି ଏହି ଲୁଟ୍। ଗାଁରେ ଥିବା ଶ୍ୟାମସୁନ୍ଦର ବେହେରା ଶ୍ୱଶୁର ଘରକୁ ଏକ ଶୁଦ୍ଧିକ୍ରିୟା କର୍ମରେ ଯୋଗ ଦେବାକୁ ଯାଇଥିଲେ। ହେଲେ ଘରକୁ ଫେରିବା ପରେ ଘର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।

ପରେ ଘର ଭିତର ସମସ୍ତ ରୁମରେ ତାଲା ଭଙ୍ଗା ଯାଇଥିବା ଏବଂ ଆଲମିରା ଭାଙ୍ଗି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ୨୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି। ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତନାଘନା କରୁଛି ପୋଲିସ। ... 

ଶୁଦ୍ଧି କ୍ରିୟାକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଲୁଟେରା 
୩ ଆଲମିରା ଭାଙ୍ଗି ଲୁଟିନେଲେ ୨୦ ଲକ୍ଷର ସୁନା ଗହଣା 
ସାଇଣ୍ଟିଫକ୍ ଟିମ୍ ସହାୟତାରେ ପୋଲିସର ତନାଘନା 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।