21st Century: ପଦାର୍ପଣ କଲେ ସାରାଂଶ: ୨୧ତମ ଶତାବ୍ଦୀରେ ବୟୋଜ୍ୟେଷ୍ଠ

Aug 23, 2026 - 12:02
21st Century: ପଦାର୍ପଣ କଲେ ସାରାଂଶ: ୨୧ତମ ଶତାବ୍ଦୀରେ ବୟୋଜ୍ୟେଷ୍ଠ

"କଲମ୍ବୋ: ଭାରତୀୟ ଅଫ୍‌ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ସାରାଂଶ ଜୈନ ରବିବାର ଟେଷ୍ଟ୍‌ ପଦାର୍ପଣ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ‌‌ସେ ଏହି ସୁଯୋଗ ପାଇଛନ୍ତି।

ମ୍ୟାଚ୍‌ ପୂର୍ବରୁ ତାଙ୍କୁ ବାମହାତୀ ସ୍ପିନର୍‌ ରବୀନ୍ଦ୍ର ଜାଡ଼େଜା ଟେଷ୍ଟ କ୍ୟାପ୍‌ ପ୍ରଦାନ କରିଥିଲେ। ‌ଅସୁସ୍ଥତା ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ିଥିବା କୁଲଦୀପଙ୍କ ସ୍ଥାନରେ ୩୩ ବର୍ଷୀୟ ଏହି ମଧ୍ୟପ୍ରଦେଶ କ୍ରିକେଟର୍‌ ଦଳରେ ସାମିଲ ହୋଇଛନ୍ତି।Advertisment ଶ୍ରେଷ୍ଠ ଖେଳାଳି ପୁରସ୍କାର ପଇଥିଲେ ଦଲୀପ ୩୩ ବର୍ଷ ୧୪୫ ଦିନ ବୟସରେ ଭାରତ ପକ୍ଷରୁ ୨୧ତମ ଶତବ୍ଦୀରେ ଟେଷ୍ଟ୍‌ ପଦାର୍ପଣ କରିବାରେ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି।

୨୦୦୦ ମସିୖହାରେ ଢାକାରେ ବାଂଲାଦେଶ ବିପକ୍ଷରେ ସବା କରିମ (୩୨ ବର୍ଷ ୩୬୨ ଦିନ ବୟସ)ଙ୍କୁ ସେ ଟପିଛନ୍ତି।

ସାରାଂଶ ୫୪ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୩୧.୭୫ ହାରରେ ୨୨୨୩ ରନ୍‌ କରିବା ସହ ୨୭.୩୦ ହାରରେ ୧୮୮ ୱିକେଟ୍‌ ଅକ୍ତିଆର କରିଛନ୍ତି।

୨୦୨୫-୨୬ ଦଲୀପ ଟ୍ରଫିିରେ ‌କେନ୍ଦ୍ରାଞ୍ଚଳ ପକ୍ଷରୁ ଖେଳୁଥିବା ସାରାଂଶ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପଇଥିଲେ।

ଅଫ୍‌ସ୍ପିନର ୱାସିଂଟନ୍‌ ସୁନ୍ଦର ଆହତ ଥିବାରୁ ସାରାଂଶଙ୍କୁ ଶ୍ରୀଲଙ୍କା ଗସ୍ତ ଲାଗି ‌ଭାରତୀୟ ଦଳରେ ସାମିଲ କରାଯାଇଥିଲା।

ଏହା ପୂର୍ବରୁ ସେ ଭାରତ "ଏ" ପକ୍ଷରୁ ଶ୍ରୀଲଙ୍କା "ଏ" ବିପକ୍ଷରେ ଅପରାଜିତ ୭୦ ରନ୍‌ କରିବା ସହ ୬ ୱିକେଟ୍‌ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲେ।

ସେ ମଧ୍ୟ ୨୦୨୧ ଜାନୁଆରିରେ ୱାସିଂଟନଙ୍କ ପରେ ପ୍ରଥମ ସ୍ପିନର ଭାବେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି।

Ronaldo: ରୋନାଲ୍‌ଡୋଙ୍କ ଆଉ ଏକ‌ ରେକର୍ଡ‌: ଲଗାତାର ୨୫ ଲିଗ୍‌ ଋତୁରେ ଗୋଲ୍‌ ସ୍କୋରର୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।