3,200 Betting Panels and Rs 94,400 Crore: ମାସକୁ ୧୫ ହଜାର ଟଙ୍କାରେ ଜୁସ୍ ବିକ୍ରି, ଏବେ ୯୪,୪୦୦ କୋଟିର ବେଟିଂ ସାମ୍ରାଜ୍ୟ !
ମାସିକ ଦରମା ମାତ୍ର ୧୫ ହଜାର ଟଙ୍କା।
ଭିଲାଇରେ ଏକ ଜୁସ୍ ଦୋକାନରେ କାମ କରୁଥିଲା।
କିନ୍ତୁ ଅଭିଯୋଗ ଅନୁସାରେ, ପରବର୍ତ୍ତୀ ସମୟରେ ଦୁବାଇରେ ବସି ହଜାର ହଜାର କୋଟି ଟଙ୍କାର ବେଆଇନ୍ ଅନଲାଇନ୍ ବେଟିଂ ନେଟୱର୍କ ଚଳାଇଲା।
ଏହି କାହାଣୀ ହେଉଛି ମହାଦେବ ବେଟିଂ ଆପ୍ ମାମଲାର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରର।
ଏବେ ଓମାନରୁ ଭାରତକୁ ପ୍ରତ୍ୟର୍ପଣ ପରେ ପୁଣି ଚର୍ଚ୍ଚାକୁ ଆସିଛି ସେ।
Advertisment ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ର ଆକଳନ ଅନୁସାରେ, ମହାଦେବ ଅନଲାଇନ୍ ବୁକ୍ ଓ ଏହା ସହ ଜଡ଼ିତ ଅନ୍ୟ ବେଟିଂ ପ୍ଲାଟଫର୍ମ ଗତ ଦଶ ବର୍ଷରେ ପ୍ରାୟ ୯୪,୪୦୦ କୋଟି ଟଙ୍କାର ବେଆଇନ୍ ରୋଜଗାର କରିଛି।
ଭିଲାଇର ଜୁସ୍ ଦୋକାନରେ କାମ କରୁଥିବା ସୌରଭ ସହ ସେଠାକୁ ଆସୁଥିବା ରବି ଉପ୍ପଲର ପରିଚୟ ହୋଇଥିଲା।
ପରେ ଦୁହେଁ ମିଶି ବେଟିଂ ନେଟୱର୍କ ଗଢ଼ିଥିବା ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।
ଦୁବାଇରୁ ଚାଲୁଥିଲା ନେଟୱର୍କ ତଦନ୍ତ ଅନୁସାରେ, ଦୁବାଇରୁ ଏହି ବେଟିଂ ସାମ୍ରାଜ୍ୟ ପରିଚାଳିତ ହେଉଥିଲା।
ଭାରତ ଓ ୟୁଏଇରେ ୩,୨୦୦ରୁ ଅଧିକ ବେଟିଂ ପ୍ୟାନେଲ୍ ଚାଲୁଥିବା ତଦନ୍ତକାରୀମାନେ ଚିହ୍ନଟ କରିଥିବା ରିପୋର୍ଟରେ କୁହାଯାଇଛି।
ଏଜେଣ୍ଟମାନେ ଗ୍ରାହକଙ୍କୁ ଆକାଉଣ୍ଟ ଖୋଲି ଦେଉଥିଲେ ଏବଂ କ୍ରିକେଟ୍, ଫୁଟବଲ୍ ସମେତ ବିଭିନ୍ନ ଖେଳ ଉପରେ ବାଜି ଲଗାଯାଉଥିଲା।
ଟଙ୍କା ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ, ହାୱାଲା ଓ ବିଭିନ୍ନ ଆର୍ଥିକ ମାଧ୍ୟମରେ ବିଦେଶକୁ ପଠାଯାଉଥିବା ଅଭିଯୋଗ ରହିଛି।
Advertisment ୨୦୦ କୋଟିର ବିବାହରୁ ତଦନ୍ତକାରୀଙ୍କ ନଜର ୨୦୨୩ ଫେବ୍ରୁଆରୀରେ ୟୁଏଇର ରାସ୍ ଅଲ୍ ଖୈମାରେ ସୌରଭର ବିବାହ ଉତ୍ସବ ହୋଇଥିଲା।
ଏହି ଉତ୍ସବରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ED ଆକଳନ କରିଥିଲା।
ଟାଇଗର ଶ୍ରଫ୍, ସନ୍ନି ଲିଓନି, ନେହା କକ୍କରଙ୍କ ସମେତ ଅନେକ କଳାକାର ଏଥିରେ ଯୋଗ ଦେଇଥିଲେ।
ଏହି ବିଳାସପୂର୍ଣ୍ଣ ଆୟୋଜନ ତଦନ୍ତକାରୀଙ୍କ ନଜରକୁ ଆସିଥିଲା।
ଓମାନରୁ ଭାରତ ଫେରିଲା ସୌରଭ ତଦନ୍ତରେ ସୌରଭଙ୍କ ଦୁବାଇରେ ଦାମୀ ଭିଲା ଓ ଆପାର୍ଟମେଣ୍ଟ ସହ ବିଦେଶର ପାସପୋର୍ଟ ଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।
୨୦୨୬ ଜୁନ୍ରେ ଓମାନରେ ତାକୁ ଅଟକ ରଖାଯାଇଥିଲା।
ନଭେମ୍ବର ୧ରେ CBI ତାକୁ ଭାରତକୁ ଫେରାଇ ଆଣିଥିବା ସ୍ପଷ୍ଟ କରିଛି।
ଏବେ ସୌରଭକୁ ପଚରାଉଚରା କରି ଏହି ବେଟିଂ ନେଟୱର୍କର ଆର୍ଥିକ କାରବାର, ବିଦେଶରେ ଥିବା ସମ୍ପତ୍ତି ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ହାସଲ କରିବାକୁ ତଦନ୍ତକାରୀ ସଂସ୍ଥା ଉଦ୍ୟମ କରିବ।
ମାସିକ ୧୫ ହଜାର ଟଙ୍କାର ଜୁସ୍ ଦୋକାନ ଆୟରୁ ୯୪,୪୦୦ କୋଟିର ବେଟିଂ ନେଟୱର୍କ ପର୍ଯ୍ୟନ୍ତ ଏହି ଯାତ୍ରା ଏବେ ଦେଶର ସବୁଠୁ ଚର୍ଚ୍ଚିତ ଆର୍ଥିକ ଅପରାଧ ମାମଲା ମଧ୍ୟରୁ ଗୋଟିଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।