₹500 Fails to Fill Shopping Bags: ପରିବା ଦର ଆକାଶଛୁଆଁ, ହାଟକୁ ଗଲେ ଖାଉଟିଙ୍କ ଉଡ଼ୁଛି ହୋସ୍
ହାଟକୁ ଗଲେ ଡର ଲାଗୁଛି, ପରିବା ଦର ଶୁଣି ହୋସ୍ ଉଡ଼ିଯାଉଛି।
ମଣିଷ ଖାଇବ ତ କ'ଣ ଖାଇବ ?
ରୋଷେଇ କରିବ ତ କରିବ କ'ଣ ?
ଅକଲଗୁଡୁମ୍ ଅବସ୍ଥା।
ଶେଷରେ ଭାତ ଡାଲମାରେ କାମ ଚଳୁଛି।
ଦିନେ ଟଙ୍କା ଶହେ ଧରି ହାଟକୁ ଗଲେ ଚଳିଯାଉଥିଲା, ଏବେ ପାଞ୍ଚ ଶହ ଧରି ଗଲେ ବି ବ୍ୟାଗ୍ ପୁରୁନି।
ଆପଣ ରାଜ୍ୟର ଯେଉଁ ହାଟକୁ ଯାଆନ୍ତୁ, ଯେଉଁ ପରିବାର ଦର ପଚାରିକି ଆସନ୍ତୁ, କିଲୋ ପିଛା ୬୦ କିମ୍ବା ୭୦ରୁ କମ୍ ନାହିଁ।
Advertisment ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର।
ଯୁଆଡ଼େ ଦେଖିବେ ଫୁଲ କୋବି ଶହେକୁ ବିନ୍ସ ୧୪୦, ପୋଟଳ ୬୦କୁ କ୍ୟାପସିକମ୍ ଶହେ।
ଟମାଟୋ, ଝୁଡ଼ଙ୍ଗ, ବାଇଗଣ, ଭେଣ୍ଡି ତ ୫୦ ପାର୍।
ଫଳରେ ଚିନ୍ତାରେ ନିମ୍ନ ମଧ୍ୟବିତ୍ତ ପରିବାର।
ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତ କୋରାପୁଟ ବଜାରରେ ବି ପରିବା ଦାମ୍ ଆକାଶଛୁଆଁ।
ଏଇଠି ବି ସେଇ ସମାନ ସ୍ଥିତି।
୫୦ ଉପରେ କଥା କହୁଛନ୍ତି ପରିବା ବେପାରୀ।
ଆଗରୁ ତାଜା ପରିବା ବେଶ୍ ଶସ୍ତାରେ ମିଳୁଥିଲା।
ଏବେ ନା ଦର କମୁଛି ନା ତାଜା ପରିବା ମିଳୁଛି।
ସାଧାରଣ ଫୁଲକୋବି ଟିଏ କିଣିବା ପୂର୍ବରୁ ଦର ଶୁଣିବା ପରେ ଚିକେନ୍ ନେଇଯିବାକୁ ମନ ଚାହିଁବ।
ଏଠାକାର ବ୍ୟବସାୟୀଙ୍କ କହିବା କଥା ବର୍ଷା ଯୋଗୁ ପରିବା ଉତ୍ପାଦନ ପ୍ରଭାବିତ ହେବା ସହ ପରିବହନ ଖର୍ଚ୍ଚ ଅଧିକ ବଢ଼ିଛି।...
Advertisment ସମାନ ସ୍ଥିତି ଲଗାତର ବର୍ଷା ସହ ବନ୍ୟା ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକରେ।
କେବଳ ଆଳୁ ଛଡ଼ା ସବୁ ପରିବା ଦାମ୍ ଡବଲ୍।
ସେ ନରିପୁର ବାଇପାସ୍ କୁହନ୍ତୁ କି କଚେରୀ ବଜାର।
ପୂର୍ବ ସପ୍ତାହ ଅପେକ୍ଷା ଏହି ସପ୍ତାହରେ ପ୍ରତି ପରିବା କେଜି ପିଛା ୨୦ରୁ ୪୦ ଟଙ୍କାକୁ ବଢ଼ିଛି।
ଆଳୁ ୧୨/୧୫ ଟଙ୍କାରେ ମିଳିଯାଉଥିଲେ ବି ଅନ୍ୟ ପରିବା ସବୁ ୬୦ ପାର୍।...କେନ୍ଦ୍ରାପଡ଼ାରେ ବି ସମାନ ଅବସ୍ଥା।
ଦାମ୍ ଶୁଣି କେଜିଏ ଜାଗାରେ ଅଢେଇ ଶହ ପରିବା ନେଇ କାମ ଚଳାଉଛନ୍ତି ଗ୍ରାହକ।
ଏତ ଥିଲା ରାଜ୍ୟର ବିଭିନ୍ନ ପରିବା ହାଟ ଆଉ ନିମ୍ନ ମଧ୍ୟବିତ୍ତଙ୍କ ଅବସ୍ଥା।
ହେଲେ ଖୋଦ୍ ରାଜଧାନୀର ୧ ନମ୍ବର ହାଟରେ କିନ୍ତୁ ଅନ୍ୟ ସ୍ଥାନ ଅପେକ୍ଷା ଦର ସାମାନ୍ୟ କମ୍ ଥିଲେ ବି ୬୦/୭୦ ଉପରେ ରହୁଛି।
ବ୍ୟବସାୟୀଙ୍କ କହିବା କଥା, ଲଗାତର ବର୍ଷା ଏବଂ ବନ୍ୟାର ପ୍ରଭାବ ଯୋଗୁ ଦାମ୍ ଉଚ୍ଚା ରହୁଛି, ତା'ସହ ପରିବହନ ଖର୍ଚ୍ଚ ବି ବଢ଼ିଛି।
ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହୋଇଯିବ କାର୍ତ୍ତିକ ମାସ।
ଧର୍ମମାସରେ ଘରେ ପଶିବନି ଆମିଷ।
ଆଉ ତାହାରି ଭିତରେ ମାସେ ଯାଏଁ ବଢ଼ିବ ପରିବାର ଡିମାଣ୍ଡ।
ଫଳରେ ଆହୁରି ଦରବୃଦ୍ଧିର ଆଶଙ୍କା ରହିଛି।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।