Human and Crocodile Bond: ମଣିଷ ଓ କୁମ୍ଭୀର ମଧ୍ୟରେ ନିଆରା ପ୍ରେମ! ଯଶବନ୍ତଙ୍କ ଡାକ ଶୁଣି ଧାଇଁ ଆସୁଛନ୍ତି ଗୋରୀ ଓ ମଲ୍ଲୀ
ଭିତରକନିକାର ଡାଙ୍ଗମାଳ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଏଭଳି ଏକ ନିଆରା ସମ୍ପର୍କ।
ଏଠାରେ ଥିବା ଦୁଇ ଧଳା ବଉଳା କୁମ୍ଭୀର ଗୋରୀ ଓ ମଲ୍ଲୀଙ୍କ ସହ ବନ କର୍ମଚାରୀ ଯଶବନ୍ତ ବେହେରାଙ୍କ ସମ୍ପର୍କ ଦୀର୍ଘ ବର୍ଷର।
ଯଶବନ୍ତଙ୍କ ଡାକ ଶୁଣିବା ମାତ୍ରେ ପୋଖରୀର ପାଣି ଚିରି ଉପରକୁ ଚାଲି ଆସନ୍ତି ଦୁହେଁ।
ଯଶବନ୍ତଙ୍କ ହାତରୁ ଖାଦ୍ୟ ଖାଇ ପୁଣି ପାଣି ଭିତରକୁ ଫେରିଯାଆନ୍ତି।
କେବଳ ଖାଇବା ଦେବା ନୁହେଁ, ଗୋରୀ ଓ ମଲ୍ଲୀଙ୍କ ଯତ୍ନ ନେବାରେ ମଧ୍ୟ ଯଶବନ୍ତ କୌଣସି ଅବହେଳା କରନ୍ତି ନାହିଁ।
ଠିକ୍ ସମୟରେ ଖାଦ୍ୟ ଦେବାଠାରୁ ଆରମ୍ଭ କରି ଦେହ ଖରାପ ହେଲେ ଔଷଧ ଦେବା ପର୍ଯ୍ୟନ୍ତ ସବୁ ଦାୟିତ୍ୱ ତୁଲାନ୍ତି।
ନିଜ ପରିବାରର ସଦସ୍ୟଙ୍କ ଭଳି ସେମାନଙ୍କୁ ସ୍ନେହ ଓ ଯତ୍ନ କରନ୍ତି।
ଏହି ନିଆରା ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ମଧ୍ୟ ବେଶ୍ ଆଶ୍ଚର୍ଯ୍ୟ ହୁଅନ୍ତି।
୩୦ ବର୍ଷର ସେବା, ତଥାପି ଠିକା କର୍ମଚାରୀ ଯଶବନ୍ତ ଦୀର୍ଘ ୩୦ ବର୍ଷ ଧରି ଡାଙ୍ଗମାଳରେ କାର୍ଯ୍ୟ କରୁଛନ୍ତି।
କୁମ୍ଭୀରଙ୍କ ଯତ୍ନ ନେବାଠାରୁ ଆରମ୍ଭ କରି ବିଷଧର ସାପଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ସବୁ କାମରେ ତାଙ୍କର ରହିଛି ଅବଦାନ।
ହେଲେ ଦୁଃଖର ବିଷୟ, ଦୀର୍ଘ ୩୦ ବର୍ଷର ସେବା ପରେ ମଧ୍ୟ ସେ ଆଜି ଜଣେ ଠିକା କର୍ମଚାରୀ ହୋଇ ରହିଛନ୍ତି।
ଗୋରୀ ଓ ମଲ୍ଲୀଙ୍କ ସହ ଯଶବନ୍ତଙ୍କ ଏହି ଅନାବିଳ ସମ୍ପର୍କ ପ୍ରମାଣ କରୁଛି, ଭଲପାଇବାର ଭାଷା କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ବୁଝିପାରନ୍ତି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।