Akhaya Kumar: ବାଘ ଶିକାରୀ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

Oct 18, 2026 - 16:17
Akhaya Kumar: ବାଘ ଶିକାରୀ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର

"ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଅକ୍ଷୟ କୁମାର ଏବଂ ଜଣାଶୁଣା ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସଫଳ ଯୋଡ଼ି ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି।

ଏହି ଆଗାମୀ କମେଡି ଫିଲ୍ମଟି ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ କ୍ୟାରିୟରର ୯୯ତମ ଫିଲ୍ମ ହେବ, ଯାହାକୁ ନେଇ ବଲିଉଡ୍ କରିଡରରେ ବେଶ୍ ଚର୍ଚ୍ଚା ଜାରି ରହିଛି।Advertisment ୧୯୭୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ କାହାଣୀମିଳିଥିବା ସୂଚନା ଅନୁଯାୟୀ, ଏହି ଫିଲ୍ମଟି ୧୯୭୦ ଦଶକର ପୃଷ୍ଠଭୂମିରେ ନିର୍ମାଣ ହେବ।

ଏଥିରେ ଅକ୍ଷୟ କୁମାର ଜଣେ ବ୍ୟଙ୍ଗାତ୍ମକ ଏବଂ ଅଜବ ଧରଣର 'ବାଘ ଶିକାରୀ' ଭୂମିକାରେ ଅଭିନୟ କରିବେ।

ଏହି ଚରିତ୍ରଟି ସେହି ସମୟର ଶିକାରୀ ପରମ୍ପରା ଏବଂ ବାସ୍ତବତା ଉପରେ ପର୍ଯ୍ୟବସିତ ହେବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ: Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ ରମେଶ ତୌରାନୀଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରାଜପାଳ ଯାଦବ ଏବଂ ଅନ୍ନୁ କପୁରଙ୍କ ଭଳି ପାରଙ୍ଗମ ହାସ୍ୟ ଅଭିନେତାମାନେ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

ଚଳିତ ବର୍ଷ ନଭେମ୍ବର ମାସ ଶେଷ ସପ୍ତାହରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ରାଜସ୍ଥାନର ବନ୍ୟପ୍ରାଣୀ ଅଞ୍ଚଳ ଏବଂ ମୁମ୍ବାଇର ବିଭିନ୍ନ ସେଟ୍‌ରେ ପ୍ରାୟ ତିନି ମାସ ଧରି ଏହାର ସୁଟିଂ କରାଯିବାର ଯୋଜନା ରହିଛି।

ଦର୍ଶକମାନେ ପୁଣିଥରେ ଏହି ଲୋକପ୍ରିୟ ଯୋଡ଼ିଙ୍କଠାରୁ ଏକ ଭରପୂର ମନୋରଞ୍ଜନ ଏବଂ ହସର ମାହୋଲ୍‌ ଆଶା ରଖିଛନ୍ତି।

ଫିଲ୍ମର ଅଫିସିଆଲ୍ ନାମ ଏବଂ ଅନ୍ୟାନ୍ୟ କଳାକାରଙ୍କ ସମ୍ପର୍କରେ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା କରାଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।