Abhijit Deepak : ଅଭିଜିତ ଦୀପ୍କେ ନିଜ ଡିଗ୍ରି ଦେଖାଇବାକୁ ରାଜି
"ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି(ସିଜେପି) ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ଆମେରିକାରୁ କରିଥିବା ଡିଗ୍ରିକୁ ନେଇ ସାମାଜିକ ଗଣମାଧ୍ୟମରେ ବାରମ୍ବାର ପ୍ରଶ୍ନ ଉଠିବା ପରେ ସେ ନିଜ ଡିଗ୍ରି ଦେଖାଇବାକୁ ପ୍ରସ୍ତାବ ଦେଇଛନ୍ତି।
ତେବେ ଏହାସହିତ ସେ ଏକ ସର୍ତ୍ତ ରଖିଛନ୍ତି।
ଦୀପ୍କେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଡିଗ୍ରି ଦେଖାଇବେ ତାହା ହେଲେ ସେ ମଧ୍ୟ ତାଙ୍କ ଡିଗ୍ରି ଦେଖାଇବେ।
ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ "ଏକ୍ସ"ରେ ଏକ ପୋଷ୍ଟରେ ଦୀପ୍କେ ବୋଷ୍ଟନ ବିଶ୍ବବିଦ୍ୟାଳୟରୁ ନିଜ ପାଠ ପଢ଼ାର ରେକର୍ଡ଼ ଉପରେ ନୂଆ ବିବାଦ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚାଲେଞ୍ଜ କରି ଦୁଇଜଣ ନିଜ ନିଜ ଡିଗ୍ରି ଦେଖାଇବାକୁ କହିଛନ୍ତି।Advertisment ଦୀପ୍କେ "ଏକ୍ସ"ରେ ଏକ ପୋଷ୍ଟରେ ଲେଖିଛନ୍ତି, ଲୋକମାନେ ମୋ ଡିଗ୍ରି ଦେଖିବାକୁ ଅପେକ୍ଷା କରି କରି ପ୍ରକୃତରେ ଧୈର୍ଯ୍ୟହରା ହୋଇଗଲେଣି।
କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ସେମାନେ କେମିତି ୧୨ ବର୍ଷ ହେଲା ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ନଦେଖି ରହୁଥିଲେ।
ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଡିଗ୍ରି ଦେଖାଇବାକୁ ନିମନ୍ତ୍ରଣ କରି କହିଥିଲେ, ଚାଲନ୍ତୁ ଆମେ ଦୁହେଁ, ନିଜ ଡିଗ୍ରି ଦେଖାଇବା ଓ ଏହି ଚର୍ଚ୍ଚାକୁ ଏହିଠାରେ ହିଁ ସମାପ୍ତ କରିବା।
ତିବ୍ଦତରେ ଭୂମିକମ୍ପ; ତୀବ୍ରତା ରିକ୍ଟର ସ୍କେଲରେ ୫ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।