Accident: ଚମାଖଣ୍ଡି ସିରିଜ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

Oct 15, 2026 - 12:51
Accident: ଚମାଖଣ୍ଡି ସିରିଜ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

"ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ନିକଟ ଜାତୀୟ ରାଜପଥରେ ଗତକାଲି ଘଟିଥିବା ଭୟାବହ ସିରିଜ୍‌ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।

ଗତକାଲି ଦୁର୍ଘଟଣାସ୍ଥଳରେ ବ୍ରହ୍ମପୁରର ରୋଜାଲିନ ରାଣୀ ମିଶ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଆଉ ଦୁଇଜଣଙ୍କ ମୃତ୍ୟୁ ଘଟିଛି।

ମୃତକ ଦୁଇଜଣ ହେଲେ ନାଉଳି ଗ୍ରାମର ଲକ୍ଷ୍ମୀଧର ଗୌଡ଼ ଏବଂ ଉତ୍ତରପ୍ରଦେଶର କାନପୁର ଅଞ୍ଚଳର ବିନୋଦ କୁମାର।

ଦୁର୍ଘଟଣାରେ ଆହତ ଆହୁରି ଅନେକ ବ୍ୟକ୍ତି ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।Advertisment ସୂଚନା ଅନୁଯାୟୀ, ଚମାଖଣ୍ଡି ଛକ ନିକଟରେ ପ୍ରଥମେ ଏକ କାର୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଥିଲା।

ଏହାପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ଏକାଧିକ ବାଇକ୍‌କୁ ଧକ୍କା ଦେବାରୁ ଘଟଣାଟି ସିରିଜ୍‌ ଦୁର୍ଘଟଣାର ରୂପ ନେଇଥିଲା।

ଏଥିରେ ଅନେକ ବାଇକ୍‌ ଆରୋହୀ ଆହତ ହୋଇଥିଲେ।

ଆହୁରି ପଢନ୍ତୁ: Rahul Gandhi: ଦୀପକେଙ୍କୁ ରାହୁଲ ଗାନ୍ଧୀଙ୍କ ''ହାଇ ଟି'' ନିମନ୍ତ୍ରଣ, ବିରୋଧୀ ମେଣ୍ଟରେ ମିଳିପାରେ ବଡ଼ ସ୍ଥାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି।

ଫୁଟେଜ୍‌ରେ ଦୁର୍ଘଟଣାର ଭୟାବହ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।ଅନ୍ୟପକ୍ଷରେ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପହଞ୍ଚି ଚିକିତ୍ସାଧୀନ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସେ ଡାକ୍ତରମାନଙ୍କ ସହ ଆହତଙ୍କ ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଏଥିସହ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ଏହି ଦୁଃଖଦ ଘଟଣାକୁ ନେଇ ଚମାଖଣ୍ଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।