Accident: ଦୁର୍ଘଟଣାରେ ବାଇକ୍‌ ଆରୋହୀ ଦୁଇ ଯୁବକଙ୍କର ମୃତ୍ୟୁ

Oct 13, 2026 - 19:48
Accident: ଦୁର୍ଘଟଣାରେ ବାଇକ୍‌ ଆରୋହୀ ଦୁଇ ଯୁବକଙ୍କର ମୃତ୍ୟୁ

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ନିକଟରେ ଛିଡ଼ା ହୋଇଥିବା ଏକ ଲୁହା ପଥର ବଝେଇ ଟ୍ରକ୍ ପଛରେ ଜଣେ ବାଇକ୍ ଆରୋହୀ ଧକ୍କା ଦେବାରୁ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Advertisment ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯୁବକ ଜଣକ ହେଉଛନ୍ତି ତିରିଂ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ଲଖନ ବାସ୍କେ।

ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସେହିପରି ତିରିଂ ଥାନା ଅନ୍ତର୍ଗତ ନାରାଣପୁର ଠାରେ ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ।

ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

ମୃତ ଯୁବକ ଜଣଙ୍କ ହେଉଛନ୍ତି ତିରିଂ ଥାନା ଅନ୍ତର୍ଗତ ମାଙ୍କିଳିଡିହି ଗ୍ରାମର ଡିବରୁ ବାଙ୍ଗସିଂଙ୍କ ପୁଅ ରାହୁଲ ବାଙ୍ଗସିଂ (୨୪)।

Accident: ପଶ୍ଚିମ ତୁର୍କୀରେ ପର୍ଯ୍ୟଟନ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା: ୧୧ ମୃତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।