01 NOVEMBER 2026

Welcome!

Unlock your personalized experience.
Sign Up

Accident: ଜଳନ୍ଧରରେ ଟ୍ରାକ୍ଟର-ଟ୍ରଲିକୁ ପିଟିଲା କାର୍‌, ହନି ସିଂହଙ୍କ ପୁତୁରାଙ୍କ ସମେତ ୨ ମୃତ

Nov 01, 2026 - 20:55
Accident: ଜଳନ୍ଧରରେ ଟ୍ରାକ୍ଟର-ଟ୍ରଲିକୁ ପିଟିଲା କାର୍‌, ହନି ସିଂହଙ୍କ ପୁତୁରାଙ୍କ ସମେତ ୨ ମୃତ

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ରବିବାର ଭୋର୍‌ରେ ଏକ ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ତଥା ରାପର୍‌ ୟୋ ୟୋ ହନି ସିଂହଙ୍କ ପୁତୁରାଙ୍କ ସମେତ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନେ ଯାତ୍ରା କରୁଥିବା ଭକ୍ସୱାଗନ୍‌ କାର୍‌ଟି ପୁଲିସ ଲାଇନ୍ସ ନିକଟ ଏକ ଫ୍ଲାଏଓଭର୍‌ରେ ରାସ୍ତାକଡ଼ରେ ଅଟକିଥିବା ନଗର ନିଗମର ଟ୍ରାକ୍ଟର-ଟ୍ରଲିକୁ ଧକ୍କା ଦେଇଥିଲା। ଦୁଇ ମୃତକ ହେଲେ ହନି ସିଂହଙ୍କ ପୁତୁରା ବିଦିତ ଓଲାକ୍‌ ଓ ତାଙ୍କ ବନ୍ଧୁ ଆରବ ତଲୱାର।

ବିଦିତ ହେଉଛନ୍ତି ପଞ୍ଜାବୀ ସଙ୍ଗୀତ କମ୍ପାନି ସ୍ପିଡ୍‌ ରେକର୍ଡସ୍‌ର ମାଲିକ ଦିନେଶ ଓଲାକ୍‌ଙ୍କ ପୁଅ। ଅନ୍ୟପକ୍ଷରେ ଆରବ ଜଳନ୍ଧରର ପ୍ରସିଦ୍ଧ ମିଠା ଦୋକାନ ‘ପାପି ସ୍ୱିଟ୍ସ’ର ମାଲିକଙ୍କ ପୁଅ ବୋଲି ରିପୋର୍ଟରୁ ଜଣାପଡ଼ିଛି। ଦୁହେଁ ଜଣେ ବନ୍ଧୁଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଲାଇନ୍ସ ନିକଟ ଫ୍ଲାଏଓଭର୍‌ରେ ପୌର ନିଗମର ସଫେଇ କର୍ମଚାରୀମାନେ ରାସ୍ତା ସଫା କରୁଥିଲେ। ଅଳିଆ ସଂଗ୍ରହ ପାଇଁ ସେମାନେ ଟ୍ରାକ୍ଟର-ଟ୍ରଲିକୁ ରାସ୍ତାରେ ରଖିଥିଲେ। ଭୋର୍‌ ପ୍ରାୟ ୩ଟାରେ ବିଏମ୍‌ସି ଛକରୁ ବିଏସ୍‌ଏଫ୍‌ ଛକ ଆଡ଼କୁ ଯାଉଥିବା କାର୍‌ଟି ଅଟକିଥିବା ଟ୍ରଲିକୁ ଜୋର୍‌ରେ ଧକ୍କା ଦେଇଥିଲା। ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଭୋର୍‌ ପ୍ରାୟ ୩ଟାରେ ସୂଚନା ମିଳିଥିଲା।

Helicopter crash: ହେଲିକପ୍ଟରରେ ୬ ଜଣଙ୍କ ମୃତ୍ୟୁ, ଯୋଶୀମଠ ନିକଟରେ ହେଲା ଦୁର୍ଘଟଣା

ଦୁର୍ଘଟଣା ସମୟରେ କାର୍‌ରେ ମୋଟ ପାଞ୍ଚ ଜଣ ଥିଲେ। ବିଦିତ ଓ ଆରବଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ବଞ୍ଚିଯାଇଥିଲେ। ଦୁର୍ଘଟଣା ପରେ ପୁଲିସ ମୃତଦେହ ଦୁଇଟିକୁ ନିଜ ହେପାଜତକୁ ନେଇଥିଲା। ପରିବାର ଲୋକେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁ ନ ଥିବାରୁ ମୃତଦେହଗୁଡ଼ିକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିବା ରିପୋର୍ଟରେ କୁହାଯାଇଛି। ହନି ସିଂହ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ପୁତୁରାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।