Accident: ମିନି ଟ୍ରକ୍ ଧକ୍କାରେ ୪ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ
"ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଆଜି ପୂର୍ବାହ୍ଣ ପ୍ରାୟ ୮ ଟା ସମୟରେ ମିନିଟ୍ରକ୍ ଧକ୍କାରେ ୪ ବର୍ଷର ଶିଶୁକନ୍ୟାଙ୍କ ଜୀବନ ଯାଇଛି।
ଝରିଗାଁ ବ୍ଲକ୍ ଡାବୁଗାଁ ଥାନା ଅନ୍ତର୍ଗତ ଛୋଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମନିବାସୀ ହେଭନ୍ତ ଭତ୍ରାଙ୍କ ପତ୍ନୀ ନିଜର ୩ଟି ସନ୍ତାନଙ୍କୁ ସାଥୀରେ ନେଇ ଡଙ୍ଗରିଗୁଡ଼ାରୁ ଚିକଲପଦରରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ।
ନିକଟସ୍ଥ ଏକ ଫଳ ଦୋକାନରୁ କଦଳୀ କିଣୁଥିବା ବେଳେ ଏକ ମିନିଟ୍ରକ୍ (ଓଆର୍ ୨୪ବି ୦୫୭୫୧)ଟି ଦ୍ରୁତଗତିରେ ଆସି ତେଜଶ୍ରୀ (୪)ଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ିଯାଇଥିଲା।
ଘଟଣାସ୍ଥଳରେ ଶିଶୁଙ୍କ ଜୀବନ ଯାଇଥିଲା।
ମହିଳା ଓ ତାଙ୍କର ଅନ୍ୟ ଦୁଇ ସନ୍ତାନ ସାମାନ୍ୟ ଆହତ ହୋଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ଥାନୀୟ ଜଣେ ଅଟୋଚାଳକ ତେଜଶ୍ରୀଙ୍କୁ ନେଇ ଚିକିତ୍ସାଳୟକୁ ଯାଇଥିଲେ।
ସେଠାରେ ଡାକ୍ତର ବହୁପୂର୍ବରୁ ମୃତ୍ୟୁ ଘଟିଥିବା କହିଥିଲେ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।