Adulterated Paneer Under Scanner: ଭେଜାଲ୍ ପନିରକୁ ନେଇ ଘନଘନ ରେଡ୍, ଯଥେଷ୍ଟ କମିଛି ଖୋଲାରେ ବିକ୍ରି ପନିର ଯୋଗାଣ

Aug 22, 2026 - 14:46
Adulterated Paneer Under Scanner: ଭେଜାଲ୍ ପନିରକୁ ନେଇ ଘନଘନ ରେଡ୍, ଯଥେଷ୍ଟ କମିଛି ଖୋଲାରେ ବିକ୍ରି ପନିର ଯୋଗାଣ

ଭେଜାଲ୍ ପନିରକୁ ନେଇ ରାଜ୍ୟରେ ଘନଘନ ରେଡ୍। କେଉଁଠି ନକଲି ପନିର ଜବତ ହେଉଛି, ତ ଆଉ କେଉଁଠି ନଷ୍ଟ କରାଯାଉଛି ଅପମିଶ୍ରିତ ପନିର। ଫଳରେ ଏବେ ଏହାର ସିଧା ପ୍ରଭାବ ପଡ଼ିଛି ବଜାର ଉପରେ। ଯେଉଁଠି ଦିନେ ବିଭିନ୍ନ ଦୋକାନରେ ଖୋଲା ପନିର ସହଜରେ ମିଳୁଥିଲା, ଏବେ ସେଠାରେ ପନିର ମିଳିବା ମୁସ୍କିଲ। ଅଧିକାଂଶ ସ୍ଥାନରେ ଭରସା କରିବାକୁ ପଡୁଛି ପ୍ୟାକେଟ୍ ପନିର ଉପରେ। ପନିର ପାଇଁ ଦୋକାନକୁ ଯାଇ ଖାଲି ହାତରେ ଫେରୁଛନ୍ତି ଗ୍ରାହକ। ଏପରିକି କିଛି ଗ୍ରାହକ ଖୋଲା ପନିର ଖାଇବା ଉପରୁ ମୁହଁ ବି ଫେରାଇ ଆଣୁଛନ୍ତି।

ଦୋକାନୀଙ୍କ କହିବା କଥା, ଖୋଲାରେ ବିକ୍ରି ହେଉଥିବା ପନିରର ଯୋଗାଣ ଯଥେଷ୍ଟ କମିଛି। ଅନେକ ସ୍ଥାନରେ ଚାହିଦା ଅନୁସାରେ ପନିର ମିଳୁନାହିଁ। ଫଳରେ ଗ୍ରାହକଙ୍କ ଭରସା ଏବେ ବିଭିନ୍ନ କମ୍ପାନୀର ପ୍ୟାକେଟ୍ ପନିର ଉପରେ। ଗୋଟିଏ ପରେ ଭେଜାଲ୍ ପନିର ନେଇ ଭୟ, ଅନ୍ୟପଟେ ଅସଲି ପନିରର ଅଭାବ। ଭେଜାଲ୍ ପନିର ଧରପଗଡ଼ ପରେ ଏବେ ଅନେକ ଗ୍ରାହକ ପ୍ୟାକେଟ୍ ପନିର କିଣିବାକୁ ପସନ୍ଦ କରୁଛନ୍ତି। କାରଣ ପ୍ୟାକେଟ୍ ଉପରେ ଉତ୍ପାଦନ ଓ ଏକ୍ସପାୟାରୀ ତାରିଖ, ନିର୍ମାତା ଓ ଅନ୍ୟାନ୍ୟ ତଥ୍ୟ ରହୁଛି।

ପ୍ୟାକେଟ୍ ପନିରର ଦର ଅପେକ୍ଷାକୃତ ଅଧିକ ଥିବାରୁ ଏହା ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ମହଙ୍ଗା ପଡୁଛି। ସେହିପରି ହୋଟେଲ ଓ ରେଷ୍ଟୋରାଣ୍ଟଗୁଡ଼ିକରେ ପର୍ଯ୍ୟାପ୍ତ ପନିର ନମିଳିବାରୁ ବ୍ୟବସାୟ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ... 

ନକଲି ପନିର ଜବତ, ନଷ୍ଟ କରାଯାଉଛି ଅପମିଶ୍ରିତ ପନିର
ବଜାରରେ ଆଉ ମିଳୁନି ପର୍ଯ୍ୟାପ୍ତ ଖୋଲା ପନିର
ଯଥେଷ୍ଟ କମିଛି ଖୋଲାରେ ବିକ୍ରି ପନିର ଯୋଗାଣ 
ବିଭିନ୍ନ କମ୍ପାନୀର ପ୍ୟାକେଟ୍ ପନିର ଉପରେ ଭରସା
ଖୋଲା ଅପେକ୍ଷା ପ୍ୟାକେଟ୍ ପନିର ଦର ଟିକେ ଅଧିକ 
ପ୍ୟାକେଟ୍ ପନିରରେ ରହୁଛି ଉତ୍ପାଦନ ଓ ଏକ୍ସପାୟାରୀ ତାରିଖ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।