Airplane Mode: ଏୟାରପ୍ଲେନ୍ ମୋଡ୍ ଅନ୍ କରିବା ମାତ୍ରେ ନେଟୱର୍କ ସେବା ବନ୍ଦ ହୋଇଯାଏ କାହିଁକି?
"ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପ୍ରାୟ ସମସ୍ତେ ଏୟାରପ୍ଲେନ୍ ମୋଡ୍ ସହ ପରିଚିତ।
ଫୋନ୍ରେ ନେଟୱର୍କ ସମସ୍ୟା ହେଲେ ଏହାକୁ ଅନ୍ କରି ପୁଣି ବନ୍ଦ କରିବା ଦ୍ୱାରା ଅନେକ ସମୟରେ ସିଗ୍ନାଲ୍ ଫେରି ଆସିଥାଏ।
କିନ୍ତୁ ଏୟାରପ୍ଲେନ୍ ମୋଡ୍ ଅନ୍ କରିବା ମାତ୍ରେ ମୋବାଇଲ୍ ନେଟୱର୍କ କାହିଁକି ଗାଏବ ହୋଇଯାଏ?
Advertisment ପ୍ରତ୍ୟେକ ସ୍ମାର୍ଟଫୋନରେ ରେଡ଼ିଓ ଯୋଗାଯୋଗ ପ୍ରଣାଳୀ ରହିଛି।
ଏହା ମାଧ୍ୟମରେ ଫୋନ୍ରେ ମୋବାଇଲ୍ ଟାୱାର ସହ ସଂଯୋଗ ସ୍ଥାପନ କରିବା ସହ ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ବେତାର ସେବା ବ୍ୟବହାର କରିଥାଏ।
ମୋବାଇଲ୍ ଡାଟା କାମ କରେ ନାହିଁଫୋନ୍ରେ ଏୟାରପ୍ଲେନ୍ ମୋଡ୍ ଅନ୍ କରିବା ମାତ୍ରେ ଏହାର ଅପରେଟିଂ ସିଷ୍ଟମ୍ ସେଲୁଲାର୍ ନେଟୱର୍କ ସଂଯୋଗକୁ ବନ୍ଦ କରିଦିଏ।
ଫଳରେ ଫୋନ୍ରେ ମୋବାଇଲ୍ ସିଗ୍ନାଲ୍ ଦେଖାଯାଏ ନାହିଁ ଏବଂ ସାଧାରଣ ଫୋନ୍ କଲ୍ ଓ ମୋବାଇଲ୍ ଡାଟା କାମ କରେ ନାହିଁ।
ତେବେ ଫୋନ୍ରେ ଅନ୍ୟ କାର୍ଯ୍ୟ, ଯେପରିକି ଅଫ୍ଲାଇନ୍ରେ ଗୀତ ଶୁଣିବା, ଫଟୋ ଦେଖିବା କିମ୍ବା ଗେମ୍ ଖେଳିବା ଜାରି ରହିପାରେ।
ଏହି ମୋଡ୍ ଅନ୍ ହେଲେ ୱାଇ-ଫାଇ ଓ ବ୍ଲୁଟୁଥ୍ ମଧ୍ୟ ସାଧାରଣତଃ ବନ୍ଦ ହୋଇଯାଏ।
କିନ୍ତୁ ଅନେକ ଫୋନ୍ରେ ଏହାକୁ ପୁଣି ଅଲଗା ଭାବେ ଚାଲୁ କରିହୁଏ।
ବିମାନ ଯାତ୍ରାରେ ସମୟରେ ଜରୁରୀବିମାନ ଯାତ୍ରା ସମୟରେ ମୋବାଇଲ୍ ସିଗ୍ନାଲ୍ ଯୋଗୁଁ ବିମାନର ଯୋଗାଯୋଗ ଓ ନାଭିଗେସନ୍ ପ୍ରଣାଳୀରେ ସମ୍ଭାବ୍ୟ ବାଧା ଏଡ଼ାଇବା ପାଇଁ ଏୟାରପ୍ଲେନ୍ ମୋଡ୍ ବ୍ୟବହାର କରିବାକୁ କୁହାଯାଏ।
ଏହା ସହିତ ଯାତ୍ରୀମାନେ ବିମାନ କମ୍ପାନିର ନିୟମ ଓ କ୍ରୁ ସଦସ୍ୟଙ୍କ ନିର୍ଦ୍ଦେଶ ପାଳନ କରିବା ଆବଶ୍ୟକ।
Bear attack: ଭାଲୁ ଆକ୍ରମଣରୁ ବଞ୍ଚାଇଦେଲା ସ୍ମାର୍ଟଫୋନ୍ ଏୟାରପ୍ଲେନ୍ ମୋଡ୍ ଅନ୍ କରିବା ଦ୍ୱାରା ଦୁର୍ବଳ ନେଟୱର୍କ ଅଞ୍ଚଳରେ ସିଗ୍ନାଲ୍ ଖୋଜିବାରେ ଖର୍ଚ୍ଚ ହେଉଥିବା ବ୍ୟାଟେରି କିଛି ପରିମାଣରେ ସଞ୍ଚୟ ହୋଇପାରେ।
ଚାର୍ଜିଂ ସମୟରେ ଏହା ବ୍ୟବହାର କଲେ ମଧ୍ୟ କିଛି ଫୋନ୍ରେ ଚାର୍ଜିଂ ସାମାନ୍ୟ ଶୀଘ୍ର ହୋଇପାରେ।
ଏହା ବ୍ୟତୀତ କାମ କିମ୍ବା ବିଶ୍ରାମ ସମୟରେ ମୋବାଇଲ୍ କଲ୍ ଓ ନେଟୱର୍କଜନିତ ବାଧାରୁ ଦୂରେଇ ରହିବା ପାଇଁ ମଧ୍ୟ ଏହା ଉପଯୋଗୀ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।