Alcohol: ମଦ ପିଇବା ବଢ଼ିଛି, ରାଜସ୍ବ ବି ବଢ଼ୁଛି: ୫ ବର୍ଷରେ ୨୪,୪୫୫ କୋଟି ସଂଗ୍ରହ
"ଭୁବନେଶ୍ବର: ରାଜ୍ୟରେ ମଦ ପିଇବା ବଢ଼ିଛି।
ସେଥିପାଇଁ ମଦରୁ ମିଳୁଥିବା ଅବକାରୀ ରାଜସ୍ବ ମଧ୍ୟ ବଢ଼ିଛି।
ରାଜ୍ୟ ସରକାରଙ୍କ "ଟିକସ ରାଜସ୍ବ"ରେ ଅବକାରୀ ଶୁଳ୍କର ଭାଗ ତୃତୀୟ ସର୍ବାଧିକ ରହିଛି।
ଏହି ଶୁଳ୍କ ପ୍ରତିବର୍ଷ ବଢ଼ିବାରେ ଲାଗିଛି।
ନିକଟରେ ପ୍ରକାଶିତ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ରିପୋର୍ଟ ଅନୁସାରେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ୫ ବର୍ଷରେ ୨୪,୪୫୫ କୋଟି ଟଙ୍କାର ଅବକାରୀ ଶୁଳ୍କ ସଂଗ୍ରହ କରାଯାଇଛି।
୨୦୨୮-୧୯ରେ ୩,୯୨୫.୧୨ କୋଟି ଟଙ୍କା, ୨୦୧୯-୨୦ରେ ୪୪୯୫.୪୨ କୋଟି ଟଙ୍କା, ୨୦୨୦-୨୧ରେ ୪୦୫୩.୦୬ କୋଟି ଟଙ୍କା, ୨୦୨୧-୨୨ରେ ୫୫୨୭.୬୦ କୋଟି ଟଙ୍କା ଓ ୨୦୨୨-୨୩ରେ ୬୪୫୪.୬୨ କୋଟି ଟଙ୍କାର ଅବକାରୀ ଶୁଳ୍କ ସଂଗୃହୀତ ହୋଇଛି।
କୋଭିଡ୍ ମହାମାରୀ ପରେ ଓଡ଼ିଶାରେ ରାଜ୍ୟ ଜିଏସ୍ଟି ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିଲା।
ବ୍ୟାବସାୟିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେବା ଓ ବିଭିନ୍ନ ସାମଗ୍ରୀର ପାଇକାରୀ ଓ ଖୁଚୁରା ଦର ବଢ଼ିବାରୁ ଏସ୍ଜିଏସ୍ଟି ସଂଗ୍ରହ ବଢ଼ିଥିଲା।
୨୦୨୨-୨୩ରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ବଢ଼ିବାରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍) ସଂଗ୍ରହ ବଢ଼ିଥିଲା।
ତେବେ ୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଖଣି ରାଜସ୍ବରେ ପ୍ରାୟ ୧୧ ହଜାର କୋଟି ଟଙ୍କାର ହ୍ରାସ ଘଟିଥିଲା।
ସେହି ବର୍ଷ ଉଭୟ ଦେଶ ଓ ଅନ୍ତର୍ଜାତୀୟ ବଜାରରେ ଲୁହାପଥର ଦର ହ୍ରାସ ପାଇବାରୁ ରାଜସ୍ବ ପରିମାଣ ହ୍ରାସ ପାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।Advertisment Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ଆଲୋଚ୍ୟ ୫ ବର୍ଷରେ ରାଜ୍ୟର "ଟିକସ ରାଜସ୍ବ" ମଧ୍ୟ ଲଗାତାର ଭାବେ ବୃଦ୍ଧି ପାଇଛି।
୨୦୧୮-୧୯ରେ ମୋଟ୍ ଟିକସ ରାଜସ୍ବ ୩୦,୩୧୫.୮୫ କୋଟି ଟଙ୍କା ଥିଲା।
୨୦୨୨-୨୩ ସୁଦ୍ଧା ତାହା ୪୬,୫୫୩.୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୮-୧୯ରେ ରାଜ୍ୟ ଜିଏସ୍ଟି (ଏସ୍ଜିଏସ୍ଟି) ପରିମାଣ ୧୧,୯୪୨.୫୯ କୋଟି ଟଙ୍କା ଥିଲା, ଯାହା ୨୦୨୨-୨୩ରେ ୧୮,୬୦୦.୫୨ କୋଟି ଟଙ୍କାରେ ପହଞ୍ଚିଥିଲା।
ଯାନ ଟିକସ ପରିମାଣ ୧୭୪୫.୫୮ କୋଟି ଟଙ୍କାରୁ ବଢ଼ି ୨୧୩୩.୧୦ କୋଟି ଟଙ୍କା ହୋଇଥିଲା।
ବିଦ୍ୟୁତ୍ ଶୁଳ୍କ ୩୨୫୭.୬୬ କୋଟି ଟଙ୍କାରୁ ବୃଦ୍ଧି ପାଇ ୪୨୧୦.୨୫ କୋଟି ଟଙ୍କା ଓ ଜମି ରାଜସ୍ବ ୫୧୧.୦୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୭୩୮.୮୮ କୋଟି ଟଙ୍କା ହୋଇଥିଲା।
Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର ୨୦୧୮-୧୯ରେ ଟିକସ, ଅଣ-ଟିକସ ଓ ଭାରତ ସରକାରଙ୍କଠାରୁ ମିଳିଥିବା ପାଣ୍ଠି ଆକାରରେ ଓଡ଼ିଶା ସରକାର ମୋଟ୍ ୯୯,୫୪୬ କୋଟି ଟଙ୍କା ପାଇଥିଲେ।
୨୦୧୯-୨୦ରେ ତାହା ୧,୦୧,୫୬୮ କୋଟି ଟଙ୍କା, ୨୦୨୦-୨୧ରେ ୧,୦୪,୩୮୭ କୋଟି ଟଙ୍କା, ୨୦୨୧-୨୨ରେ ୧,୫୩,୦୫୯ କୋଟି ଟଙ୍କା ଓ ୨୦୨୨-୨୩ରେ ୧,୫୦,୪୬୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।
୨୦୨୦-୨୧ ପରଠାରୁ ମୋଟ୍ ରାଜସ୍ବ ପ୍ରାପ୍ତିରେ ରାଜ୍ୟ ସରକାରଙ୍କ ଟିକସ ସଂଗ୍ରହ ବଢ଼ିଥିଲା ଓ କେନ୍ଦ୍ରରୁ ମିଳୁଥିବା ପାଣ୍ଠି ହ୍ରାସ ପାଇଥିଲା।
୨୦୧୮-୧୯ରେ ରାଜ୍ୟର ରାଜସ୍ବ ପରିମାଣ ୪୪,୫୯୪ କୋଟି ଟଙ୍କା ଥିବାବେଳେ କେନ୍ଦ୍ର ସରକାରଙ୍କଠାରୁ ତା"ଠାରୁ ଅଧିକ ୫୪,୯୫୨ କୋଟି ଟଙ୍କା ମିଳିଥିଲା।
କିନ୍ତୁ ୨୦୨୦-୨୧ରେ ରାଜ୍ୟର ନିଜସ୍ବ ପ୍ରାପ୍ତି ୫୩,୭୬୬ କୋଟି ଟଙ୍କା ଥିଲା ଓ କେନ୍ଦ୍ରରୁ ମିଳିଥିବା ପାଣ୍ଠି ତା"ଠାରୁ କମ୍ ୫୦,୬୧୧ କୋଟି ଟଙ୍କା ରହିଥିଲା।
୨୦୨୧-୨୨ରେ ରାଜ୍ୟର ରାଜସ୍ବପ୍ରାପ୍ତି ୯୫,୦୦୫ କୋଟି ଟଙ୍କା ହୋଇଥିବା ବେଳେ କେନ୍ଦ୍ରରୁ ସେହି ଆର୍ଥିକ ବର୍ଷରେ ୫୮,୦୫୪ କୋଟି ଟଙ୍କା ମିଳିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।