Alcohol : ସ୍କିନ୍ କେୟାର୍ ପ୍ରଡକ୍ଟ୍ରେ କାହିଁକି ବ୍ୟବହାର କରାଯାଏ ଆଲକୋହଲ ?
ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ସ୍କିନ୍ କେୟାର୍ (Skin Care) ପ୍ରଡକ୍ଟ୍ର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି।
ପ୍ରାୟତଃ ଲୋସନ୍, କ୍ରିମ୍, ଟୋନର୍ କିମ୍ବା ମଏଶ୍ଚରାଇଜରର ଉପାଦାନ ତାଲିକାରେ 'ଆଲକୋହଲ'ର ନାମ ଦେଖିବାକୁ ମିଳିଥାଏ।
ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ, ତ୍ୱଚା ପାଇଁ କ୍ଷତିକାରକ କୁହାଯାଉଥିବା ଆଲକୋହଲ ପ୍ରକୃତରେ ଏହି ସୌନ୍ଦର୍ଯ୍ୟ ସାମଗ୍ରୀଗୁଡ଼ିକରେ କାହିଁକି ମିଶାଯାଇଥାଏ?
ଆସନ୍ତୁ ଜାଣିବା ଏହା ପଛର ବୈଜ୍ଞାନିକ କାରଣ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ।
Advertisment ଆହୁରି ପଢନ୍ତୁ : Monkey Attack: ମାଙ୍କଡ଼ଙ୍କ ଉତ୍ପାତରେ ଅତିଷ୍ଠ କି?
ଏହି ଗନ୍ଧରେ ଛୁ ମାରିବେ ମାଙ୍କଡ଼!
ପ୍ରଡକ୍ଟରେ ଆଲକୋହଲ ମିଶାଇବାର ପ୍ରମୁଖ ବୈଜ୍ଞାନିକ କାରଣ ବାସ୍ତବରେ ଇଥାନଲ୍ ଭଳି କିଛି ସରଳ ଆଲକୋହଲ ବାୟୁରେ ଅତି ଦ୍ରୁତ ଗତିରେ ବାଷ୍ପୀଭୂତ ହୋଇଯା'ନ୍ତି।
ଯେତେବେଳେ ଆମେ ଏପରି କ୍ରିମ୍ ବା ମଏଶ୍ଚରାଇଜର ତ୍ୱଚାରେ ଲଗାଉ, ସେଗୁଡ଼ିକ ତୁରନ୍ତ ଶୁଖିଯାଏ ଏବଂ ମୁହଁରେ କୌଣସି ପ୍ରକାରର ତେଲିଆ ଅନୁଭବ ହୁଏ ନାହିଁ।
ସେହିପରି ଅନେକ ସକ୍ରିୟ ଉପାଦାନ ଜଳରେ ସହଜରେ ଦ୍ରବୀଭୂତ ହୋଇପାରନ୍ତି ନାହିଁ।
ଆଲକୋହଲ ଏକ ଭଲ ସଲ୍ଭେଣ୍ଟ୍ ଭାବରେ କାମ କରି ଏହିସବୁ ଉପାଦାନକୁ ସଠିକ୍ ଭାବରେ ମିଶ୍ରଣ କରିବାରେ ଏବଂ ତ୍ୱଚା ଭିତରକୁ ଶୀଘ୍ର ପ୍ରବେଶ କରାଇବାରେ ସାହାଯ୍ୟ କରେ।
ଆହୁରି ପଢନ୍ତୁ : Puri: ସମୁଦ୍ର ଭିତରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ପକ୍ଷରୁ ସମୁଦ୍ର ଗର୍ଭରେ ଗ୍ୟାସ ସନ୍ଧାନ ସେହିପରି ଆଲକୋହଲ ଏକ ପ୍ରାକୃତିକ ଆଣ୍ଟିବ୍ୟାକ୍ଟେରିଆଲ୍ ଭାବରେ କାମ କରେ।
ଏହା ପ୍ରଡକ୍ଟ ଭିତରେ କ୍ଷତିକାରକ ବ୍ୟାକ୍ଟେରିଆ, ଫଙ୍ଗସ୍ କିମ୍ବା ଅନ୍ୟାନ୍ୟ ମାଇକ୍ରୋବ୍ସର ବୃଦ୍ଧିକୁ ରୋକିଥାଏ, ଯାହାଫଳରେ ସ୍କିନ୍ କେୟାର୍ ପ୍ରଡକ୍ଟର ସ୍ଥାୟିତ୍ୱ ବୃଦ୍ଧି ପାଇଥାଏ।
ବିଶେଷଜ୍ଞଙ୍କ ମତରେ ସମସ୍ତ ଆଲକୋହଲ ଗୋଟିଏ ପ୍ରକାରର ନୁହେଁ।
ଇଥାନଲ୍ , ଆଲକୋହଲ ଡେନାଟ୍ , ଏବଂ ଆଇସୋପ୍ରୋପିଲ୍ ଆଲକୋହଲ ତ୍ୱଚାରୁ ଅତିରିକ୍ତ ତେଲକୁ ହଟାଇ ମ୍ୟାଟ୍ ଲୁକ୍ ଦେଇଥାଏ।
କିନ୍ତୁ ଅଧିକ ମାତ୍ରାରେ ବ୍ୟବହାର କଲେ ଏହା ତ୍ୱଚାର ପ୍ରାକୃତିକ ଆର୍ଦ୍ରତା କୁ ନଷ୍ଟ କରି ଶୁଷ୍କ କରିଦେଇଥାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।