Amitabh Bachchan Health Update: ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା, କହିଲେ ‘ଆହୁରି ବିଶ୍ରାମ ଦରକାର’
ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପ୍ରଶଂସକ।
ଦୀର୍ଘ ଦିନ ଧରି ନିଜର ଜବରଦସ୍ତ ଅଭିନୟ ଓ ଦମ୍ଦାର ଉପସ୍ଥାପନାରେ ଦର୍ଶକଙ୍କ ମନ ଜିଣିଥିବା ବିଗ୍ ବି ଏବେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ବିଶ୍ରାମ ନେଉଛନ୍ତି।
ଡାକ୍ତର ତାଙ୍କୁ କିଛି ଦିନ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା ବେଳେ ନିଜେ ଅମିତାଭ ମଧ୍ୟ ଆହୁରି ଆରାମ ଆବଶ୍ୟକ ବୋଲି କହିଛନ୍ତି।
ଏହି ଖବର ପରେ ତାଙ୍କ ଅଗଣିତ ପ୍ରଶଂସକ ଶୀଘ୍ର ସୁସ୍ଥତା କାମନା କରୁଛନ୍ତି।
Advertisment 'ଆହୁରି ବିଶ୍ରାମ ଦରକାର', ବ୍ଲଗ୍ରେ ଲେଖିଲେ ବିଗ୍ ବି ଅମିତାଭ ବଚ୍ଚନ ନିଜ ବ୍ଲଗ୍ରେ ଏକ ପୋଷ୍ଟ ସେୟାର କରି ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ ଲେଖିଛନ୍ତି, “ଏବେ ଆହୁରି ବିଶ୍ରାମର ଆବଶ୍ୟକତା ରହିଛି।” ଏହା ପୂର୍ବରୁ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଡାକ୍ତରଙ୍କ ପରାମର୍ଶ ବିଷୟରେ ଜଣାଇଥିଲେ।
ସୁସ୍ଥ ହେବା ପାଇଁ ତାଙ୍କୁ କିଛି ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିବ।
ଏଥିପାଇଁ ସେ ବର୍ତ୍ତମାନ ନିୟମିତ ଭାବେ ପୋଷ୍ଟ ଲେଖିପାରିବେ ନାହିଁ ବୋଲି ପ୍ରଶଂସକଙ୍କୁ ଜଣାଇଥିଲେ।
Advertisment ପ୍ରଶଂସକଙ୍କୁ କ୍ଷମା ମାଗିଲେ ଅମିତାଭ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ବିଗ୍ ବି ନିଜ ପ୍ରଶଂସକଙ୍କ ସହ ନିୟମିତ ଭାବେ ଯୋଡ଼ି ହୋଇ ରହିଥାନ୍ତି।
ନିଜ କ୍ୟାରିୟର, ବ୍ୟକ୍ତିଗତ ଜୀବନ ଓ ବିଭିନ୍ନ ପ୍ରସଙ୍ଗରେ ସେ ନିଜର ମତ ରଖିଥାନ୍ତି।
କିନ୍ତୁ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବାକୁ ପଡ଼ିପାରେ।
'କୌନ୍ ବନେଗା କରୋଡ଼ପତି ୧୮' ସୁଟିଂ ବେଳେ ଲାଗିଥିଲା ଆଘାତ ବିଗ୍ ବିଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଛି।
ଟିଭିର ଲୋକପ୍ରିୟ କୁଇଜ୍ ଶୋ' 'କୌନ୍ ବନେଗା କରୋଡ଼ପତି ୧୮'ର ସୁଟିଂ ସମୟରେ ତାଙ୍କ ପାଦ ଖସିଯାଇଥିଲା।
ଏହି କାରଣରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ଠିଆ ହେବାରେ ଅସୁବିଧା ହେଉଥିବା ସେ ଜଣାଇଥିଲେ।
ତେବେ ଏବେ ବିଗ୍ ବିଙ୍କ ପାଇଁ ସବୁଠାରୁ ଜରୁରୀ ହେଉଛି ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ଡାକ୍ତରଙ୍କ ପରାମର୍ଶ ମାନି ବିଶ୍ରାମ ନେବା।
ତାଙ୍କର ଏହି ଖବର ପରେ ପ୍ରଶଂସକମାନେ ଶୀଘ୍ର ସୁସ୍ଥ ହୋଇ ପୁଣି ପରଦାକୁ ଫେରନ୍ତୁ ବୋଲି କାମନା କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।