Arrested: ରାଉରକେଲାରେ ଛିନ୍‌ତାଇ ଓ ଲୁଟ୍‌ ମାମଲା: ୬ ଗିରଫ, ୩ ଗାଡ଼ି ସହ ମୋବାଇଲ୍‌ ଓ ସୁନା କାନଫୁଲ ଜବତ

Oct 04, 2026 - 08:57
Arrested: ରାଉରକେଲାରେ ଛିନ୍‌ତାଇ ଓ ଲୁଟ୍‌ ମାମଲା: ୬ ଗିରଫ, ୩ ଗାଡ଼ି ସହ ମୋବାଇଲ୍‌ ଓ ସୁନା କାନଫୁଲ ଜବତ

"ରାଉରକେଲା: ରାଉରକେଲାର ଜନଗହଳିପୂର୍ଣ୍ଣ ଛେଣ୍ଡ ଥାନା ଅଞ୍ଚଳରେ ଛିନ୍‌ତାଇ ଓ ଲୁଟ୍‌ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୁଲିସ।

ମହିଳାଙ୍କଠାରୁ ପର୍ସ ଲୁଟ୍‌ ଘଟଣାରେ ସେକ୍ଟର-୧୪ ଶାନ୍ତିନଗର ବସ୍ତିର ପ୍ରକାଶ ରାୟ(୨୮) ଓ ସେକ୍ଟର-୧୪ ବି/୩-୩୯୩ର ଶୁଭମ୍‌ ଟାଜନ୍‌(୨୧)ଙ୍କୁ ଗିରଫକରାଯାଇଥିବାବେଳେ ରାଉରକେଲା ବିମାନବନ୍ଦର ପଡ଼ିଆ ନିକଟରେ ଯୁବକଙ୍କଠାରୁ ଲୁଟ୍‌ ଘଟଣାରେ ଶାନ୍ତିନଗର ବସ୍ତିର ଉମେଶ ପଣ୍ଡା(୪୩), ଆକାଶ ବଡ଼ାଇକ(୨୨), ତୁମକେଲା ଖଟାଲ ବସ୍ତି ମନୋଜ ଠାକୁର(୨୨) ଓ ଚିଣ୍ଟୁ ରାୟ(୨୭) ଗିରଫ ହୋଇଛନ୍ତି। ‌ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ଏନେଇ ଛେଣ୍ଡ ଥାନାରେ ଆୟୋଜିତ ଏକ ପ୍ରେସ୍‌ମିଟରେ ପାନପୋଷ ଏସ୍‌ଡିପିଓ ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।

Advertisment ଯୁବକଯୁବତୀଙ୍କୁ ଆକ୍ରମଣ କରି ଛିନ୍‌ତାଇ ଓ ଲୁଟ୍‌ କରୁଥିଲେ ଅଭିଯୁକ୍ତମାନେ ବିମାନବନ୍ଦର ଓ ଓମ୍‌ଫେଡ୍‌ ଅଞ୍ଚଳରେ ସନ୍ଧ୍ୟାରେ ବୁଲୁଥିବା ଯୁବକଯୁବତୀଙ୍କୁ ଆକ୍ରମଣ କରି ଛିନ୍‌ତାଇ ଓ ଲୁଟ୍‌ କରୁଥିଲେ ବୋଲି ‌ଏସ୍‌ଡିପିଓ କହିଛନ୍ତି।

ତାଙ୍କ ସହ ଛେଣ୍ଡ ଥାନାଧିକାରୀ ବିକ୍ରମ ଭୂୟାଁ, ଏସ୍‌ଆଇ ଓମ୍‌ ପ୍ରକାଶ ରାଉତରାୟ ଓ ପ୍ରିୟଙ୍କା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାନୁଯାୟୀ, ଗତ ୨୫ ତାରିଖ ରାତି ପ୍ରାୟ ୮ଟା ୧୫ ସମୟରେ ଛେଣ୍ଡ ଫେଜ୍‌-୧ ଏଲ୍‌-୪୦ର ପୁନମ ବଜାଜ(୪୮) ଘରକୁ ଫେରୁଥିଲେ।

ଘର ପାଖରେ ଥିବା ପତଞ୍ଜଳି ଷ୍ଟୋର୍‌ ନିକଟରେ ୨ ଜଣ ଦୁର୍ବୃତ୍ତ ଏକ ପଲସର୍‌ ବାଇକ୍‌(ଓଡି-୧୪ଏକେ-୬୯୪୯)ରେ ଆସି ତାଙ୍କୁ ଅଟକାଇଥିଲେ।

ପୁନମ କିଛି କହିବା ପୂର୍ବରୁ ଉଭୟ ତାଙ୍କଠାରୁ ପର୍ସ ଝାମ୍ପି ନେଇଥିଲେ।

ଯେଉଁଥିରେ ସୁନା କାନଫୁଲ, ମୋବାଇଲ୍‌ ଓ ଟଙ୍କା ରହିଥିଲା।

ଏନେଇ ସେ ଛେଣ୍ଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।

ସେହିଭଳି ଅକ୍ଟୋବର ୧ ତାରିଖ ରାତି ପ୍ରାୟ ସାଢ଼େ ୮ଟାବେଳେ ଟିସିଆଇ ଫାର୍ସାଟୋଲାର ଆନନ୍ଦ ଦାସ ଓ ସୁଶାନ୍ତ ଧୁଳିଆ ବିମାନବନ୍ଦର ନିକଟ ପଡ଼ିଆ ନିକଟରେ ବୁଲୁଥିବାବେଳେ ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ।

ଉଭୟଙ୍କୁ ପିଟାମରା କରିବା ସହ ଏକ ଦାମୀ ମୋବାଇଲ୍‌ ଓ ୧୦୦୦ ଟଙ୍କା ଲୁଟି ନେଇଥିଲେ।

ଏନେଇ ସେହିଦିନ ବିଳମ୍ବିତ ରାତିରେ ଏକ ଲିଖିତ ଅଭିଯୋଗ ହୋଇଥିଲା।

ପୁଲିସ ତନାଘନା କରି ଏକ ସ୍ବତନ୍ତ୍ର ଟିମ୍‌ କରି ବିମାନବନ୍ଦର ନିକଟରେ ଶୁକ୍ରବାର ଚଢ଼ାଉ କରିଥିଲା।

ସେଠାରୁ ଜଣେ ଯୁବକକୁ କାବୁ କରିବା ସହ ଥାନାକୁ ଉଠାଇ ଆଣିଥିଲେ।

ପଚରାଉଚରା କରିବାରୁ ସେ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ କହିଥିଲା।

ପରେ ପୁଲିସ ୨ଟି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ସେମାନଙ୍କ ଠାରୁ ୩ଟି ଗାଡ଼ି, ୨ଟି ମୋବାଇଲ୍‌, ୨ଟି କାନଫୁଲ ଓ ନଗଦ ୧୦୦୦ ଟଙ୍କା ଜବତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ପ୍ରକାଶ ନାଁରେ ପୂର୍ବରୁ ୧୩ଟି ମାମଲା ରହିଥିବାବେଳେ ଶୁଭମ୍‌ ନାଁରେ ୨ଟି, ଉମେଶ ନାଁରେ ୪ଟି, ଆକାଶ, ମନୋଜ ଓ ଚିଣ୍ଟୁ ନାଁ‌ରେ ମଧ୍ୟ ମାମଲା ରହିଛି।

Art: ଲୁପ୍ତପ୍ରାୟ କଳାର ଅନନ୍ୟ ସନ୍ଧ୍ୟା: "ଲୋକ ରଞ୍ଜନୀ-ଆମ କଳା, ଆମ ଅସ୍ମିତା" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।