Environmental Warriors: ପରିବେଶ ଯୋଦ୍ଧା: କାଲାମ୍ବେ ଓ ବିନିଶଙ୍କ ବିସର୍ଜନରୁ ସର୍ଜନା
"ଗଣେଶ ପୂଜା ସରିଲା, ବିସର୍ଜନ ହେଲା।
ଲକ୍ଷ ଲକ୍ଷ ଭକ୍ତଙ୍କ ଭିତରେ ଭକ୍ତିର ଭାବନା ଆସିଲା।
ଭକ୍ତିରେ ଗଢ଼ା ମୂର୍ତ୍ତି, ଭକ୍ତିରେ ହିଁ ବିସର୍ଜନ।
କିନ୍ତୁ ବିସର୍ଜନ ପରେ ସେହି ମୂର୍ତ୍ତିର ଭଙ୍ଗା ଅଂଶ ଯେତେବେଳେ ନଦୀ, ପୋଖରୀ କିମ୍ବା ସମୁଦ୍ର କୂଳରେ ଅଳିଆ ହୋଇ ପଡ଼ିରହେ, ସେତେବେଳେ ତାହା ପରିବେଶ ପାଇଁ ଚିନ୍ତାର କାରଣ ପାଲଟିଯାଏ।
ହେଲେ ଏବେ ଏହି ସମସ୍ୟାରୁ ହିଁ ବାହାରିଛି ଏକ ସୁନ୍ଦର ସମାଧାନ।
ଯେଉଁ ଗଣେଶ ମୂର୍ତ୍ତି ବିସର୍ଜନ ପରେ ଅଳିଆ ହୋଇଯାଉଥିଲା, ସେହି ଭଙ୍ଗା ମୂର୍ତ୍ତିରୁ ଏବେ ତିଆରି ହେଉଛି ପିଲାଙ୍କ ପାଇଁ ପଢ଼ା ଟେବୁଲ୍।
ଅର୍ଥାତ୍, ଭକ୍ତିର ଅବଶେଷ ଏବେ ପାଲଟୁଛି ଶିକ୍ଷାର ସାଥୀ।
ଅଳିଆରୁ ଉପଯୋଗୀ ସମ୍ପଦ ତିଆରି କରିବାର ଏହି ପ୍ରୟାସ କେବଳ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉନାହିଁ, ବରଂ ଆବଶ୍ୟକତା ଥିବା ପିଲାଙ୍କ ପାଠପଢ଼ା ପାଇଁ ମଧ୍ୟ ଏକ ନୂଆ ଆଶା ସୃଷ୍ଟି କରୁଛି।Advertisment Horoscope 2026 September 29: ଜାଣନ୍ତୁ ଆଜିର ରାଶିଫଳ...
ମୁମ୍ବାଇର ମହ୍ଲାର କାଲାମ୍ବେ ଓ ଗୁଜରାଟର ଡ.
ବିନିଶ ଦେଶାଇ ମିଶି ଏହି ଅଭିନବ ପଦକ୍ଷେପ ନେଇଛନ୍ତି।
ସୂଚନା ଅନୁଯାୟୀ, ମୁମ୍ବାଇରେ ପ୍ରତିବର୍ଷ ପ୍ରାୟ ୧.୫ ଲକ୍ଷ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ନିର୍ମିତ ଗଣେଶ ମୂର୍ତ୍ତି ବିସର୍ଜନ ହୋଇଥାଏ।
ଏଥିରୁ ପ୍ରାୟ ୬୭୫ ଟନ୍ ଅବଶେଷ ସୃଷ୍ଟି ହେଉଥିବା କୁହାଯାଏ।
ପାଣିରେ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ସହଜରେ ମିଶୁ ନଥିବାରୁ ବିସର୍ଜନ ପରେ ଏହାର ଅବଶେଷ ଦୀର୍ଘ ସମୟ ଧରି ପରିବେଶରେ ରହିପାରେ।
ଏହି ସମସ୍ୟାର ସମାଧାନ ପାଇଁ ମହ୍ଲାର ଓ ବିନିଶ "ମୂର୍ତ୍ତିସାଇକଲ୍" ପ୍ରଯୁକ୍ତିର ସାହାଯ୍ୟ ନେଉଛନ୍ତି।
ବିସର୍ଜନ ପରେ ଭଙ୍ଗା ମୂର୍ତ୍ତିଗୁଡ଼ିକୁ ସଂଗ୍ରହ କରି ସେଥିରୁ ପ୍ଲାଷ୍ଟର ଅଫ୍ ପ୍ୟାରିସ୍କୁ ଅଲଗା କରାଯାଏ।
ପରେ ଏହାକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମରେ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀରେ ପରିଣତ କରାଯାଏ।
ଏହି ପ୍ରକ୍ରିୟାରୁ ପ୍ରାୟ ୧୨ ପ୍ରକାରର ଉପଯୋଗୀ ସାମଗ୍ରୀ ତିଆରି କରାଯାଇପାରୁଛି।
Neglect: "ଦମନ" ପ୍ରତ୍ୟାହାରକୁ ନେଇ ପ୍ରଶ୍ନବାଚୀ; ପୁଣି ଦମନ କାର୍ଯ୍ୟକ୍ରମ ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟକୁ ଚିଠି ଏହି ଉଦ୍ୟମର ସବୁଠୁ ବଡ଼ ସଫଳତା ହେଉଛି, ଗତ ଦୁଇ ବର୍ଷରେ ୩,୨୦୦ କିଲୋଗ୍ରାମରୁ ଅଧିକ ପୁନଃବ୍ୟବହୃତ ପ୍ଲାଷ୍ଟର ଅଫ୍ ପ୍ୟାରିସ୍ରୁ ୭୬୦ଟି ପଢ଼ା ଟେବୁଲ୍ ତିଆରି କରାଯାଇଛି।
ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳର ସେହି ପିଲାମାନଙ୍କୁ ଏହି ଟେବୁଲ୍ ଦିଆଯାଇଛି, ଯେଉଁମାନଙ୍କ ପାଖରେ ପାଠପଢ଼ା ପାଇଁ ନିଜସ୍ୱ ଟେବୁଲ୍ ନଥିଲା।
ପରିବେଶ ସୁରକ୍ଷା ସହ ପିଲାଙ୍କ ଶିକ୍ଷାକୁ ଯୋଡ଼ିଥିବା ଏହି ପ୍ରୟାସ ଆଉ ଏକ କାରଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଆକଳନ ଅନୁଯାୟୀ, ପ୍ରତ୍ୟେକ ଟେବୁଲ୍ ତିଆରିରେ ପ୍ରାୟ ୫,୪୫୭ ଗ୍ରାମ୍ ଅଙ୍ଗାରକାମ୍ଳ ନିର୍ଗମନ ବଞ୍ଚାଇବା ସମ୍ଭବ ହେଉଛି।
ଅର୍ଥାତ୍, ବିସର୍ଜନ ପରେ ଯେଉଁ ମୂର୍ତ୍ତି ଅଳିଆ ହୋଇଯାଉଥିଲା, ତାହା ଏବେ ପିଲାଙ୍କ ପାଠପଢ଼ାରେ କାମ ଆସୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।