ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲ’ ଫେଷ୍ଟ

Oct 12, 2026 - 23:59
ASBM University: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ ଲ’ ଫେଷ୍ଟ

"ଭୁବନେଶ୍ବର: ଏଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟରେ "କୃତ୍ରିମ ବୁଦ୍ଧିମତ୍ତା ଓ ନ୍ୟାୟର ଭବିଷ୍ୟତ: ସମସ୍ୟା ଓ ଆହ୍ବାନ" ବିଷୟ ଉପରେ ଷଷ୍ଠ ଲ" ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି।

ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ବିଶ୍ବଜିତ ପଟ୍ଟନାୟକ କହିଥିଲେ, ନ୍ୟାୟ ହିଁ ଆମର ପରମ ଧେୟ ଓ ପ୍ରଯୁକ୍ତି କେବଳ ଏକ ମାଧ୍ୟମ ହେବା ଉଚିତ୍‌।

କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ଏନ୍‌ ଶ୍ରୀକୃଷ୍ଣ ନ୍ୟାୟ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ବାରା ସୃଷ୍ଟି ହେଉଥିବା ନୈତିକ ଓ ସାମ୍ବିଧାନିକ ଆହ୍ବାନ ଉପରେ ଆଲୋକପାତ କରିଥିଲେ।

Advertisment ନୈତିକ ଓ ସାମ୍ବିଧାନିକ ଆହ୍ବାନ ନିଜର ସଭାପତିତ୍ବ ଅଭିଭାଷଣରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ ଶିକ୍ଷାର ଏକ ସହଜ ଉପାୟ ଭାବେ ଏଆଇ ଉପରେ ବଢ଼ୁଥିବା ନିର୍ଭରଶୀଳତା ବିଷୟରେ ସତର୍କ କରାଇଥିଲେ।

ଏହା ସ୍ବାଧୀନ ଚିନ୍ତାଧାରା ଓ ମାନବୀୟ ମସ୍ତିଷ୍କକୁ ଦୁର୍ବଳ କରିପା‌ରେ ବୋଲି କହିଥିଲେ।

ଏହି ଅବସରରେ ପ୍ରଫେସର କେ ବିଦ୍ୟୁତଲତା ରେଡ୍ଡି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ଦ୍ବିତୀୟ ଜାତୀୟ ମୁଟ୍‌ କୋର୍ଟ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା।

ସମାନ ନ୍ୟାୟର ଧାରା: ପୀଡ଼ିତ ଓ ଅଭିଯୁକ୍ତଙ୍କ ଅଧିକାର ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏଥି ସହିତ ଏକ ପ୍ୟାନେଲ୍‌ ଆଲୋଚନା ମଧ୍ୟ ହୋଇଥିଲା।

Congress: "ସିଜେଆଇ ସୂର୍ଯ୍ୟକାନ୍ତ ଇସ୍ତଫା ଦିଅ: ଆମେ ବିକଳ୍ପ ଖୋଜିଦେବୁ" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।