Asian Games: ମହିଳା କ୍ରିକେଟ୍‌ରୁ ପ୍ରଥମ ସ୍ବର୍ଣ୍ଣ

Sep 23, 2026 - 12:51
Asian Games: ମହିଳା କ୍ରିକେଟ୍‌ରୁ ପ୍ରଥମ ସ୍ବର୍ଣ୍ଣ

"ନିଶିନ୍‌ (ଜାପାନ): ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ମଙ୍ଗଳବାର ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି।

ମହିଳା କ୍ରିକେଟ୍‌ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି।

ଏଥି ସହିତ ସ୍ବର୍ଣ୍ଣ ପଦକ ବଜାୟ ରଖିଛି ହର୍ମନପ୍ରୀତ୍ କୌରଙ୍କ ଦଳ।

ଗତ ସଂସ୍କରଣରେ ମଧ୍ୟ ଭାରତୀୟ ମହିଳା କ୍ରିକେଟ୍‌ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିଲା।

ଗତ ଥର ସ୍ବର୍ଣ୍ଣ ବିଜୟୀ ଭାରତୀୟ ପୁରୁଷ ଦଳ ସେପ୍ଟେମ୍ବର ୨୮ ତାରିଖରୁ ନିଜ ଅଭିଯାନ ଆରମ୍ଭ କରିବ।

ମଙ୍ଗଳବାର ଟସ୍‌ ଜିତି ଭାରତୀୟ ଦଳ ବ୍ୟାଟିଂ କରିଥିଲା।

ସେମିଫାଇନାଲ୍‌ ଭଳି ପ୍ରାରମ୍ଭିକ ଯୋଡ଼ି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଜୋରଦାର ପ୍ରହାର କରିଥିଲେ।

Advertisment ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ ପାୱାର ପ୍ଲେ ୬ ଓଭରରୁ ୬୭ ରନ୍‌ ସଂଗ୍ରହ କରିବା ପରେ ପ୍ରଥମ ୱିକେଟ୍‌ ପାଇଁ ୯୯ ରନ୍‌ (୧୦ ଓଭର) ଉଠାଇଥିଲେ।

ଶେଫାଳି (୨୯ ବଲ୍‌ରୁ ୪୮ ରନ୍, ୩ ଚୌକା, ୩ ଛକା) ମାତ୍ର ୨ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ।

ସ୍ମୃତି କିନ୍ତୁ ୪୫ ବଲ୍‌ ଖେଳି ୭୯ ରନ୍‌ ସଂଗ୍ରହ କରିଥିଲେ।

ଯେଉଁ ପାଳିରେ ୭ ଛକା ଓ ୫ ଚୌକା ସାମିଲ ଥିଲା।

ହର୍ମନପ୍ରୀତ୍‌ (୧୯)ଙ୍କ ସଂଘର୍ଷ ଜାରି ରହିଥିଲା।

ଶେଷ ଭାଗରେ ରିଚା ଘୋଷ (୨୨ ବଲ୍‌ରୁ ୪୯* ରନ୍‌, ୬ ଚୌକା, ୩ ଛକା) ଭାରତକୁ ୨୧୬ ରନ୍‌ରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଥିଲେ।

ଜବାବରେ ଶ୍ରୀଲଙ୍କା ୧୫.୪ ଓଭରରେ ୬୯ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ଅଧିନାୟିକା ଚାମାରି ଆଟାପାଟ୍ଟୁ ସର୍ବାଧିକ ୨୯ ରନ୍‌ କରିଥିଲେ।

ଭାରତ ପକ୍ଷରୁ ୪ ସ୍ପିନର୍‌ ଦୀପ୍ତି ଶର୍ମା (୪-୧-୬-୩), ଶ୍ରୀ ଚରଣୀ (୪-୦-୧୩-୨), ଶେଫାଳି ବର୍ମା (୨-୦-୩-୨), ଶ୍ରେୟଙ୍କା ପାଟିଲ୍ (୧.୪-୦-୯-୨) ୱିକେଟ୍‌ ବାଣ୍ଟି ନେଇଥିଲେ।

୧୪୭ ରନ୍‌ ବ୍ୟବଧାନ ମଧ୍ୟ ଭାରତ ପାଇଁ ଟ୍ବେଣ୍ଟି-୨୦ ମହିଳା ଅନ୍ତର୍ଜାତୀୟରେ ସର୍ବବୃହତ ବିଜୟ।

ପୂର୍ବରୁ ଦଳ ମାଲେସିଆ ମହିଳାଙ୍କୁ ୧୪୨ ରନ୍‌ରେ ହରାଇଥିଲା।

ଶ୍ରୀଲଙ୍କା ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିବାବେଳେ ବାଂଲାଦେଶକୁ ହରାଇ ପାକିସ୍ତାନ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛି।

Cricket: ମଲା ପରେ ବି ମନେ ପଡ଼ିବି: ମନିନ୍ଦର ସିଂହ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।