Asian Games: ମିଶ୍ରିତ ସ୍କିଟ୍‌ରେ ଅନନ୍ତଜିତ-ପରିନାଜ୍‌ଙ୍କୁ କାଂସ୍ୟ

Sep 24, 2026 - 15:36
Asian Games: ମିଶ୍ରିତ ସ୍କିଟ୍‌ରେ ଅନନ୍ତଜିତ-ପରିନାଜ୍‌ଙ୍କୁ କାଂସ୍ୟ

"ଭାରତର ଅନନ୍ତଜିତ ସିଂହ ନାରୁକା ଓ ପରିନାଜ ଧାଲିୱାଲ ଗୁରୁବାର ଚଳିତ ଏସୀୟ କ୍ରୀଡ଼ାରେ ମିଶ୍ରିତ ସ୍କିଟ୍‌ ଦଳଗତ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି।

ଏହି ବର୍ଗରେ ଭାରତର ଏହା ପ୍ରଥମ ଏସୀୟ କ୍ରୀଡ଼ା ପଦକ।

ଭାରତୀୟ ଯୋଡ଼ି ଷଷ୍ଠ ସିିରିଜ୍‌ରୁ ବିଦାୟ ନେବା ପୂର୍ବରୁ ୪୮ରୁ ୪୪ ସ୍କୋର୍‌ କରି କାଂସ୍ୟ ପଦକ ନିଶ୍ଚିତ କରିଥିଲେ।

ଫାଇନାଲ୍‌ ସିରିଜ୍‌ରେ ଚୀନ୍‌ ଓ ଦକ୍ଷିଣ କୋରିଆ ଖେଳାଳି ମୁହାଁମୁହିଁ ହୋଇଥିଲେ।

ଚୀନ୍‌ ୫୨-୫୧ରେ କୋରିଆକୁ ହରାଇ ସ୍ବର୍ଣ୍ଣ ଜିତିଥିଲା।

୩୨ ସଟ୍‌ ପରେ ଭାରତ ୨୯ ପଏଣ୍ଟ୍‌ ପାଇ ଚୀନ୍‌ ଓ କୋରିଆ (ଉଭୟ ୩୦ ଲେଖାଏଁ) ସହ ପଦକ ଦୌଡ଼ରେ ସାମିଲ ହୋଇଥିଲା।

କତର ଚତୁର୍ଥ ସ୍ଥାନରେ ରହି ବିଦାୟ ନେଇଥିଲା।Advertisment ଫାଇନାଲ୍‌ ସିରିଜ୍‌ରେ ଚୀନ୍‌ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ପରବର୍ତ୍ତୀ ସିରିଜ୍‌ରେ ଅନନ୍ତଜିତ ଓ ପରିନାଜ ଚମତ୍କାର ପ୍ରଦର୍ଶନ କରି କୋରିଆ ଖେଳାଳିଙ୍କ ସହ ସମାନ ୪୪ ସ୍କୋର୍‌ କରିଥିଲେ।

ହେଲେ ଯୋଗ୍ୟତା ପର୍ଯ୍ୟାୟ ସ୍କୋର୍‌ ଅନୁଯାୟୀ କୋରିଆ ଆଗରେ ରହି ସ୍ବର୍ଣ୍ଣ ଦୌଡ଼ରେ ଚୀନ୍‌ (୪୫) ସହ ସାମିଲ ହୋଇଥିଲା।

ଭାରତ କାଂସ୍ୟରେ ସନ୍ତୁଷ୍ଟ ରହିଥିଲା।

ଅନନ୍ତଜିତ ଓ ପରିନାଜଙ୍କ ଏହା ଚଳିତ ପ୍ରତିଯୋଗିତାରେ ଦ୍ବିତୀୟ ପଦକ।

ପୂର୍ବରୁ ଉଭୟ ଖେଳାଳି କାଂସ୍ୟ ବିଜେତା ଭାରତୀୟ ପୁରୁଷ ଓ ମହିଳା ସ୍କିଟ୍‌ ଦଳରେ ଥିଲେ।

ତେବେ ଆକାଶ ଭରଦ୍ବାଜ, କମଲଜିତ, କେଦାରଲିଙ୍ଗ ବାଳକୃଷ୍ଣ ଉଚାଗାନ୍‌ଭେଙ୍କୁ ନେଇ ଗଠିତ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଦଳ ଚତୁର୍ଥ ସ୍ଥାନରେ ରହିି ପଦକରୁ ବଞ୍ଚିତ ହୋଇଥିଲେ।

ଏହି ଇଭେଣ୍ଟ୍‌ର ବ୍ୟକ୍ତିଗତ ଫାଇନାଲ୍‌ରେ ମଧ୍ୟ କୌଣସି ଭାରତୀୟ ପହଞ୍ଚିପାରି ନଥିଲେ।

ପ୍ରିକ୍ବାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି ଭାରତୀୟ ଟିଟି ଖେଳାଳି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।