Asian Games: ହରଜିନ୍ଦର ନବମ: ଭାରୋତ୍ତୋଳନରୁ ଗୋଟିଏ ରୌପ୍ୟ ସହ ଫେରିଲା ଭାରତ
"ନାଗୋୟା: ଚଳିତ ଏସୀୟ କ୍ରୀଡ଼ାରେ କେବଳ ଗୋଟିଏ ରୌପ୍ୟ ପଦକ ସହ ଭାରତର ଭାରୋତ୍ତୋଳନ ଅଭିଯାନ ଶେଷ ହୋଇଛି।
ରବିବାର ମହିଳା ୬୯ କିଲୋଗ୍ରାମରେ ହରଜିନ୍ଦର କୌର ନବମ ସ୍ଥାନରେ ରହି ପଦକରୁ ବଞ୍ଚିତ ରହିଥିଲେ।
୨୯ ବର୍ଷୀୟା ଏହି ୨ଥରର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟିନୀ ୯୪ କିଲୋଗ୍ରାମ୍ ସ୍ନାଚ୍ ଏବଂ ୧୧୦ କିଲୋଗ୍ରାମ କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୨୦୪ କିଲୋଗ୍ରାମ ଭାର ଉଠାଇ ଦଶଜଣିଆ ଫାଇନାଲ୍ରେ ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଥିଲେ।
Advertisment ୪୯ କେଜିରେ ପାଇଥିଲେ କେବଳ ରୌପ୍ୟ ପଦକ ଏହି ପଞ୍ଜାବ ଭାରୋତ୍ତୋଳିକା ୩ ସ୍ନାଚ୍ରେ ୨ ଥର ବିଫଳ ହୋଇଥିଲେ।
ତେବେ ୨ ଥରର ବିଶ୍ବ ବିଜେତା ଉତ୍ତର କୋରିଆର ସଙ୍ଗ କୁକ୍-ହ୍ୟାଙ୍ଗ ୧୨୧ କେଜି ସ୍ନାଚ୍, ୧୫୨ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୨୭୩ କେଜି ଉଠାଇ ୩ଟି ଯାକ ବର୍ଗରେ ବିଶ୍ବ ରେକର୍ଡ କରିବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ।
ଚାଇନିଜ୍ ତାଇପେର ୱେନ୍-ହୁଇ ଚେନ୍ ୨୩୨ କେଜି (୧୦୬+୧୨୬) ଏବଂ ବାହରିନ୍ର ଇନ୍ଗ୍ରିଡ୍ ଗ୍ରୁଏସୋ ୨୨୯ କେଜି (୧୦୧+୧୨୮) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ଜିତିଥିଲେ।
ଚଳିତ ଏସୀୟ କ୍ରୀଡ଼ା ଭାରୋତ୍ତୋଳନରେ ଭାରତର ମୀରାବାଇ ଚାନୁ ମହିଳା ୪୯ କେଜିରେ କେବଳ ରୌପ୍ୟ ପଦକ ପାଇଥିଲେ।
ତୀରନ୍ଦାଜିରେ ଭାରତର ଦବ୍ଦବା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।