Foreign Liquor Seized: ୩୬ ଲିଟରରୁ ଅଧିକ ବିଦେଶୀ ମଦ ଜବତ, ଜଣେ ଗିରଫ
"ବାଲିକୁଦା: ବାଲିକୁଦା ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ ସମୟରେ ଏକ ଅବକାରୀ ମାମଲା ଠାବ ହୋଇଛି।
ଏହି ଘଟଣାରେ କୋଳଥପାଟଣା ଗ୍ରାମର ନିରଞ୍ଜନ ସାହୁ ଓରଫ ନୀରା (୪୬)ଙ୍କ ନିକଟରୁ ମୋଟ ୩୬.୧୨୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।
ନିରଞ୍ଜନ ଫକୀରଚରଣ ସାହୁଙ୍କ ପୁଅ ବୋଲି ଜଣାପଡ଼ିଛି।Advertisment ମାମଲା ରୁଜୁ ହୋଇଛି ଜବତ ମଦ ମଧ୍ୟରେ ମ୍ୟାକଡୋୱେଲ୍ସ ନମ୍ବର-୧ ରମ୍ର ୧୮୦ ମି.ଲି.ର ୪୮ଟି ଓ ୩୭୫ ମି.ଲି.ର ୩ଟି ବୋତଲ, ଓଲ୍ଡ ମଙ୍କର ୧୮୦ ମି.ଲି.ର ୧୦ଟି ଓ ୩୭୫ ମି.ଲି.ର ୨ଟି ବୋତଲ, ରୟାଲ ଷ୍ଟାଗ୍ର ୧୮୦ ମି.ଲି.ର ୧୪ଟି ବୋତଲ, ମ୍ୟାକଡୋୱେଲ୍ସ ନମ୍ବର-୧ ହ୍ୱିସ୍କିର ୧୮୦ ମି.ଲି.ର ୯୨ଟି ବୋତଲ, ରୟାଲ ଚ୍ୟାଲେଞ୍ଜ ହ୍ୱିସ୍କିର ୧୮୦ ମି.ଲି.ର ୨୦ଟି ଓ ୩୭୫ ମି.ଲି.ର ୩ଟି ବୋତଲ ରହିଛି।ଏନେଇ ବାଲିକୁଦା ଥାନାରେ କେସ୍ ନଂ-୩୪୩, ତାରିଖ ୨୬/୯/୨୦୨୬, ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତ ନିରଞ୍ଜନଙ୍କୁ ପୁଲିସ ଗିରଫକରିବା ସହ ଅଦାଲତରେ ହାଜର ପାଇଁ ପଠାଇଛି।
Odisha Vigilance: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।