Asian Games: ବ୍ୟାଡ୍ମିଣ୍ଟନ: କ୍ବାର୍ଟରରୁ ତ୍ରିଶା-ଗାୟତ୍ରୀ, ଧ୍ରୁବ-ତନିଶା ବିଦା
"ନାଗୋୟା: ଚଳିତ ଏସୀୟ କ୍ରୀଡ଼ା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଯୁଗଳ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି।
ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ଏବଂ ମିଶ୍ରିତ ଯୁଗଳ ଯୋଡ଼ି ଧ୍ରୁପ କପିଳ ଓ ତନିଶା କ୍ରାଷ୍ଟୋ ନିଜ ନିଜ ମ୍ୟାଚ୍ ହାରି ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଛନ୍ତି।Advertisment ସେମିଫାଇନାଲ୍ ପୂର୍ବରୁ ବିଦାୟ ରବିବାର ମହିଳା ଯୁଗଳ କ୍ବାର୍ଟରଫାଇନାଲ୍ରେ ବିଶ୍ବ କାଂସ୍ୟ ବିଜୟିନୀ ତ୍ରିଶା ଓ ଗାୟତ୍ରୀ ୧୮-୨୧, ୯-୨୧ରେ ବିଶ୍ବର ୫ ନମ୍ବର ମାଲେସିଆ ଯୋଡ଼ି ପର୍ଲି ତାନ୍ ଓ ତିନାହ ମୁରଲୀଧରନଙ୍କଠୁ ହାରି ଯାଇଥିଲେ।
ପର୍ଲି ଓ ତିନାହ ୨୦୨୫ ବିଶ୍ବ ରୌପ୍ୟ ବିଜୟିନୀ।
ମିଶ୍ରିତ ଯୁଗଳରେ ଧ୍ରୁପ ଓ ତନିଶା କଡ଼ା ସଂଘର୍ଷ କରି ୧୪-୨୧, ୨୧-୧୮, ୧୮-୨୧ରେ ବିଶ୍ବର ୧ ନମ୍ବର ଚୀନ୍ ଯୋଡ଼ିି ଫେଙ୍ଗ ୟାନ୍ ଝେ ଓ ହୁଆଙ୍ଗ ଡୋଙ୍ଗପିଙ୍ଗ୍ଙ୍କଠୁ ପରାଜିତ ହୋଇଛନ୍ତି।
World of Sports: କ୍ରୀଡ଼ା ସଂସାର: ଗୋପାଳକୃଷ୍ଣଙ୍କ ଗୁରୁ ଭାର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।