Assistant Coach: ଆନ୍ଥୋନି ଯୁବା ଫୁଟ୍‌ବଲ୍‌ ଦଳର ସହଯୋଗୀ ପ୍ରଶିକ୍ଷକ

Aug 26, 2026 - 14:25
Assistant Coach: ଆନ୍ଥୋନି ଯୁବା ଫୁଟ୍‌ବଲ୍‌ ଦଳର ସହଯୋଗୀ ପ୍ରଶିକ୍ଷକ

"‌ନୂଆଦିଲ୍ଲୀ: ଇଷ୍ଟବେଙ୍ଗଲର ପ୍ରବନ୍ଧକ ଆନ୍ଥୋନୀ ଆଣ୍ଡ୍ରିଉଜ୍‌ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ସହଯୋଗୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି।

ଜୋଆକିମ୍‌ ଆଲେକ୍‌ଜାଣ୍ଡରସନ୍‌ ପୂର୍ବ ଭଳି ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ରହିଛନ୍ତି।

ଏକାଧିକ ଆଇଡବ୍‌ଲ୍ୟୁ ଟ୍ରଫି ଜିତିବାରେ ଆନ୍ଥୋନୀ ଏକ ମାତ୍ର ପ୍ରଶିକ୍ଷକ।

ନିଯୁକ୍ତି ପରେ ସେ ଏକାସାଙ୍ଗରେ ଉଭୟ କ୍ଲବ୍‌ ଓ ଦେଶର ଦାୟିତ୍ବ ତୁଲାଇବେ।

Advertisment ୪ ଥର ଟ୍ରଫି ଜିତିବାର ଗୌରବ ଆଇଡବ୍‌ଲ୍ୟୁଏଲ୍‌ର ସବୁଠୁ ସଫଳ ପ୍ରଶିକ୍ଷକ ଆନ୍ଥୋନୀ ୪ ଥର ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛନ୍ତି।

ତାଙ୍କ ପ୍ରଶିକ୍ଷରେ ଗୋକୁଳମ କେରଳ ଏଫ୍‌ ୨୦୨୧-୨୧, ୨୦୨୨-୨୩ରେ ଲଗାତାର ୨ ଥର ବିଜେତା ହୋଇଥିଲା ‌ବେଳେ ଇଷ୍ଟବେଙ୍ଗଲ ୨୦୨୪-୨୫ ଓ ୨୦୨୫-୨୬ରେ ଲଗାତାର ୨ଥର ଟ୍ରଫି ହାତେଇଥିଲା।

ଅକ୍ଟୋବରରେ ଏଏଫ୍‌ସି ୧୭ ବର୍ଷରୁ କମ୍‌ ମହିଳା ଏସୀୟ କପ୍‌ ୨୦୨୭ର ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ତାସ୍‌କେଣ୍ଟରେ ଉଜ୍‌ବେକିସ୍ତାନ ବିପକ୍ଷ ୨ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ ବେଳେ ସେ ଭାରତୀୟ ଦଳ ସହ ଯୋଗଦେବେ।

ଏହା ସହ ଇଷ୍ଟବେଙ୍ଗଲ ସହ ମଧ୍ୟ କାର୍ଯ୍ୟ ଜାରି ରଖି‌ବେ।

US Open: ୟୁଏସ୍‌ ଓପନ୍‌: ସେରେନା-ଆଲ୍‌କାରାଜ ନକ୍‌ଆଉଟ୍‌ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।