Athletics Championship ରାଇରଙ୍ଗପୁରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା
"ରାଇରଙ୍ଗପୁର: ରାଇରଙ୍ଗପୁରସ୍ଥ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ୩ ଦିନିଆ ରାଜ୍ୟସ୍ତରୀୟ ୭୨ ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬ ଉଦ୍ଘାଟିତ ହୋଇଯାଇଛି।
ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬ଶହରୁ ଊର୍ଦ୍ଧ୍ବ କନିଷ୍ଠ ଖେଳାଳୀ ଯୋଗ ଦେଇଛନ୍ତି।Advertisment ଆଜି (ଶୁକ୍ରବାର) ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ନଗରପାଳ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଉପ ଜିଲ୍ଲାପାଳ ଉଗ୍ରେସନ ଓରାମ, ଆରକ୍ଷୀ ଅଧୀକ୍ଷକ, ରାଇରଙ୍ଗପୁର ସୁରେଶ ଚନ୍ଦ୍ର ପାତ୍ର, ଜାତୀୟ ଏଥେଲେଟିକ ଫେଡେରେସନର ସଭାପତି ତଥା ଓଡିଶା ଆଥେଲେଟିକ ଆସସିଏସନର ସଭାପତି ଡ ଜି ଏସ୍ ପଟ୍ଟନାୟକ, ରାଜ୍ୟ ଏଥେଲେଟିକ ଆସୋସିଏସନ ସମ୍ପାଦକ ଅଭିଜିତ ପାଳ, ଉପସଭାପତି ଅଶୋକ ସାହୁ, ଜିଲ୍ଲା ଏଥେଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ।
ସ୍ୱତନ୍ତ୍ର ଅତିଥି ଭାବେ ଖ୍ୟାତି ସମ୍ପନ୍ନା ଅନ୍ତର୍ଜାତୀୟ ଅଲମ୍ପିୟାଡ଼ ଖେଳାଳୀ, ହାର୍ଡଲସ ରାଣୀ ଅନୁରାଧା ବିଶ୍ୱାଳ, ପଦ୍ମଶ୍ରୀ ଚରଣ ହେମ୍ବ୍ରମ,ବିଭିନ୍ନ ବିଭାଗୀୟ ଅଧିକାରୀ, ସାଂସଦଙ୍କ ସଂଯୋଜକ ମନୋଜ କୁମାର ଦାସ, କ୍ରୀଡ଼ାପ୍ରେମୀ ମାନେ ଉପସ୍ଥିତ ଥିଲେ।
୩ ଦିନ ଧରି ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ କ୍ରୀଡ଼ାବିତ୍ମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ରାଜ୍ୟର କ୍ରୀଡ଼ା କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବେ ବୋଲି ଆଶା ପୋଷଣ କରାଯାଇଛି।
ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଠ କ୍ରୀଡ଼ାବିତ ପ୍ରବୋଧ କୁମାର ମହାନ୍ତି, ଲାଲମୋହନ ମହାନ୍ତ, ବୀରଧାନ ମାରାଣ୍ଡି, ପ୍ରସାଦ ମହାନ୍ତ, ପୂର୍ଣ୍ଣିମା ହେମ୍ବ୍ରମ, ପୁଙ୍ଗା ସୋରେନ, କୁମାର ରଞ୍ଜନ ପଣ୍ଡା ଓ ପ୍ରଦୀପ କୁମାର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
Para Commonwealth Games: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସର ଭାରତର ସର୍ବଶ୍ରେଷ୍ଠ ପାରା କ୍ରୀଡ଼ା ପ୍ରଦର୍ଶନମୁଖ୍ୟଅତିଥି ଓ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରତିଯୋଗିତା ପତାକାକୁ ଉତ୍ତୋଳନ କରିଥିଲେ ଏବଂ ମୁଖ୍ୟ ଅତିଥି ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଶୁଭାରମ୍ଭ ଘୋଷଣା କରିଥିଲେ ।
ଅତିରିକ୍ତ ଜିଲ୍ଲପାଳ ଧନ୍ୟବାଦ ଅର୍ପଣ କରିଥିଲେ।
Odisha Police athletes ଜାତୀୟସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ଚମକ ଦେଖାଇଲେ ଓଡ଼ିଶା ପୁଲିସ କ୍ରୀଡାବିତ୍ଜିଲ୍ଲା କ୍ରୀଡା ଅଧିକାରୀଙ୍କ ତତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା ବିଭିନ୍ନ ବିଭଗୀୟ ଅଧିକାରୀ ମାନେ ପରିଚାଳନାରେ ସହାୟତା କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।