Heavy Rainfall: ଲଗାଣ ବର୍ଷାରେ ବେହାଲ୍ ଦିଲ୍ଲୀ-NCR ! ରାସ୍ତାରେ ସୁଅ
"ନୂଆଦିଲ୍ଲୀ : ଦିଲ୍ଲୀ-ଏନ୍ସିଆରରେ ଶୁକ୍ରବାର ଦିନ ତମାମ ପ୍ରବଳ ବର୍ଷା ଲାଗି ରହିଥିବାରୁ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।
ଏହାଦ୍ବାରା ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଛି ।
ଆଇଏମ୍ଡି ମଧ୍ୟ ଆଜି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଥିଲା ।Advertisment ପ୍ରବଳ ବର୍ଷା ଲାଗି ରହିଥିବାରୁ ଘଣ୍ଟା ଘଣ୍ଟା ଧରି କ୍ୟାବ୍ ବୁକ୍ ହୋଇପାରୁନଥିବା ନେଇ ଅନେକ ଲୋକ ଅଭିଯୋଗ କରିଛନ୍ତି ।
ଦିଲ୍ଲୀରେ ମେହରୌଲି-ବଦରପୁର ରୋଡ୍, ଆଇଟିଓ, ୱାଜିରାବାଦ ରୋଡ୍, ପଟେଲ ରୋଡ୍, ରୋହତକ ରୋଡ, ଶଙ୍କର ରୋଡ୍, କୀର୍ତ୍ତି ନଗର ଷ୍ଟ୍ରେଚ୍, ଦିଲ୍ଲୀ-ଜୟପୁର ରାଜପଥ, ପୀରାଗଢ଼ି ଏବଂ ଶାହିନ ବାଗ୍ ସମେତ ବିଭିନ୍ନ ପ୍ରମୁଖ ରାସ୍ତାରେ ଟ୍ରାଫିକ ଜାମ୍ ସମସ୍ୟା ଉପୁଜିଛି ।
Cyclone: ଜାପାନକୁ "ଡଲଫିନ୍"ର ପ୍ରହାର, ୫୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ୍ ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ଛତ୍ରପୁର ଫାର୍ମ ଅଞ୍ଚଳ ଏବଂ ମେହରମ ନଗରରେ ଜଳବନ୍ଦୀ ସମସ୍ୟା ଉପୁଜିଛି ।
ସଫଦରଜଙ୍ଗ ହସ୍ପିଟାଲ ପରିସରରେ ବର୍ଷା ଜଳ ପଶିଯିବା ଫଳରେ ରୋଗୀ ଏବଂ ଆଟେଣ୍ଡାଣ୍ଟ୍ ମାନଙ୍କ ପାଇଁ ଜଟିଳ ସ୍ଥିତି ଉପୁଜିଛି ।
ଜଣେ ରୋଗୀଙ୍କ ଆଟେଣ୍ଡାଣ୍ଟ୍ ଆରିଫ ଖାନ୍ କହିଛନ୍ତି, ଆମେ ଅନେକ ଜଟିତଳା ସାମ୍ନା କରୁଛୁ ।
ହସ୍ପିଟାଲ ପରିସରର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି ।
ରୋଗୀଙ୍କୁ ନେବା ଆଣିବା କରିବାରେ ଆମେ ଅସୁବିଧାର ସମ୍ମୁଖୀନ ହୋଇଛୁ ବୋଲି ସେ କହିଛନ୍ତି ।
ଦିଲ୍ଲୀ ଏନ୍ସିଆରରେ କିଛି ପାଣିପାଗ କେନ୍ଦ୍ର ୧୦୦ ମିିମିରୁ ଅଧିକ ବର୍ଷାଜଳ ରେକର୍ଡ କରିଛି ।
ସନ୍ଧ୍ୟା ୫ଟା ସୁଦ୍ଧା ଫରିଦାବାଦର ସେକ୍ଟର ୧୭ରେ ପ୍ରବଳ ବର୍ଷା ତଥା ଗତକାଲି ରାତିଠାରୁ ୧୧୯.୪ ମିମି ବର୍ଷାଜଳ ଗ୍ରହଣ କରିଥିବା ରେକର୍ଡ ହୋଇଛି ।
ଜଳମଗ୍ନ ରାସ୍ତାରେ ଗାଡ଼ି ମୋଟର ଗୁଡ଼ିକର ଲମ୍ବା ଧାଡ଼ି ଲାଗିଥିବା ଦେଖିବାକୁ ମିଳିଛି ।
ଜିଟି ରୋଡ୍, ଜିଟିପି ଏନ୍କ୍ଲେଭ୍ ଏବଂ ଦିଲଶାଦ ଗାର୍ଡେନ ସମେତ ପୂର୍ବ ଦିଲ୍ଲୀର କିଛି ଅଂଶରେ ଟ୍ରାଫିକ୍ ସମସ୍ୟା ଅତି ଗମ୍ଭୀର ରହିଛି ।
ଖରାପ୍ ପାଗ ପାଇଁ ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଯାତ୍ରା ନିର୍ଦ୍ଦେଶାବଳି ଜାରି କରାଯାଇଥିଲା ।
ପାଗ ଖରାପ୍ ଥିବାରୁ ଯାତ୍ରୀମାନଙ୍କୁ ଆଗୁଆ ବିମାନବନ୍ଦରକୁ ବାହାରିବାପାଇଁ ପରାମର୍ଶ ଦିଆଯାଇଛି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।