Attack: ସାଉଦି ବିମାନବନ୍ଦର ଆକ୍ରମଣ; ଆହତ ୪ ଭାରତୀୟ ଆଇସିୟୁରେ
"ନୂଆଦିଲ୍ଲୀ: ସାଉଦି ଆରବରେ ଗତ ଅକ୍ଟୋବର ୧୦ ତାରିଖରେ ହୋଇଥିବା ଆକ୍ରମଣରେ ଆହତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ ୪ ଜଣ ଏବେ ଆଇସିୟୁରେ ଅଛନ୍ତି।
ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏହି ସୂନଚା ଦିଆଯାଇଛି।
ନିକଟରେ ଆରାମ୍କୋ ମୁଖ୍ୟାଳୟ ସମେତ ସାଉଦି ନାଗରିକ ଭିତ୍ତିଭୂମି ଉପରେ ହୋଇଥିବା ଆକ୍ରମଣକୁ ମନ୍ତ୍ରାଳୟ ନିନ୍ଦା କରିଥିଲା।
Advertisment ଏମ୍ଇଏ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଅକ୍ଟୋବର ୧୦ ଘଟଣାରେ ୧୨ ଜଣ ଭାରତୀୟ ଆହତ ହୋଇଥିଲେ।
ସେମାନଙ୍କ ମଧ୍ୟରୁ ଜଣଙ୍କର ପରେ ମୃତ୍ୟୁ ହୋଇଯାଇଥିଲା।
ପରେ ପରିବାର ସଦସ୍ୟଙ୍କ ଇଚ୍ଛା ମୁତାବକ ଭାରତୀୟ ଦୂତାବାସର ସହଯୋଗକ୍ରମେ ରିୟାଦରେ ସେମାନଙ୍କ ଶେଷ ସଂସ୍କାର ସମ୍ପନ୍ନ କରାଯାଇଥିଲା।
ଏବେ ଚିକିତ୍ସାଧୀନ ଥିବା ୧୧ ନାଗରିକଙ୍କ ମଧ୍ୟରୁ ୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇ ସାରିଛନ୍ତି ଏବଂ ୮ ଜଣ ହସ୍ପିଟାଲ୍ରେ ଅଛନ୍ତି।
ସେମାନଙ୍କ ମଧ୍ୟରୁ ୪ ଜଣ ଏବେ ଆଇସିୟୁରେ ରହିଛନ୍ତି।
ଦୂତାବାସ ଅଧିକାରୀମାନେ ଏବେ ନିୟମିତ ସେମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଛନ୍ତି।
Attack: କଡ଼ା ଜବାବ ଦେଲା ସାଉଦି ଆରବ; ପ୍ରତିଶୋଧରେ ୟେମେନର ୮୨ ହୁତି ସାମରିକ ଠିକଣା ଧ୍ୱଂସ ଆକ୍ରମଣକୁ ନିନ୍ଦା କଲେ ଜୟସ୍ବାଲ ଭାରତ ବିଦେଶରେ ଏହାର ନାଗରିକଙ୍କ ସୁନିଶ୍ଚିତ କଲ୍ୟାଣ ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।
ସାଉଦି ଆରବ ଉପରେ ଆକ୍ରମଣକୁ ନିନ୍ଦା କରି ଜୟସ୍ବାଲ କହିଛନ୍ତି, ଏଭଳି ଜଟିଳ ସ୍ଥିତିରେ ଭାରତ ସାଉଦି ଆରବର ଲୋକମାନଙ୍କ ସହ ଏବଂ ସରକାର ସହ ରହିଛି।
ଆରାମ୍କୋ ମୁଖ୍ୟାଳୟ ଉପରେ ଆକ୍ରମଣ ସହ ଗତ କିଛି ଦିନ ଧରି ସାଉଦି ଆରବରେ ଅନେକ ଆକ୍ରମଣ ହେଉଛି।
ନାଗରିକ ଭିତ୍ତିଭୂମି ଉପରେ ସମସ୍ତ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ଏବଂ ଏଗୁଡ଼ିକୁ ତୁରନ୍ତ ବନ୍ଦ କରିବାପାଇଁ ଆମେ ଆହ୍ବାନ ଦେଉଛୁ ବୋଲି ଜୟସ୍ବାଲ କହିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।