Auto Drivers’ Association Says Sorry to Odisha: ଓଡି଼ଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା ଅଟୋ ଚାଳକ ସଂଘ, ସ୍ୱୀକାର କଲା ଭୁଲ୍
ଅଟୋ ଚାଳକଙ୍କ ପାଇଁ ଓଡି଼ଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଅନଲାଇନ୍ ସ୍ମାର୍ଟସିଟି ଅଟୋ ସଂଘ ସଭାପତି ଦୀନବନ୍ଧୁ ନାଏକ। କମିଶନରେଟ ପୋଲିସ ଅଟୋ ଡ୍ରାଇଭରଙ୍କୁ ଧମକ, ଗିରଫ ଓ ଅଟୋ ଜବତ ଘଟଣାରୁ ନିବୃତ୍ତ ରହିବାକୁ ସେ ନିବେଦନ କରିଛନ୍ତି। ସେଦିନର ଘଟଣାକୁ ଭୁଲ୍ ବୋଲି ସ୍ବୀକାର କରି ଏହାକୁ ପେଟ ପାଟଣା ପାଇଁ ଲୋକଙ୍କ ଆକ୍ରୋଶ ବୋଲି କହିଛନ୍ତି। ସେପଟେ ପୋଲିସ ସିଜ୍ କରିଥିବା ଅଟୋ ଓ ଗିରଫ ଅଟୋ ଡ୍ରାଇଭରଙ୍କୁ ଛାଡ଼ି ଦେବାକୁ ସେ ନିବେଦନ କରିଛନ୍ତି।...
ତେବେ ରାଜଧାନୀର ଲୋୟର ପିଏମଜିରେ ବ୍ୟାପକ ହିଂସାକାଣ୍ଡ ପରେ କୁଆଡ଼େ ଗଲେ ସ୍ମାର୍ଟସିଟି ଅନଲାଇନ ଅଟୋ ସଂଘର ମୁଖିଆ ଦୀନବନ୍ଧୁ ନାଏକ। ତାଙ୍କୁ ଏବେ ବି ଖୋଜୁଛି ଖାରବେଳନଗର ଥାନା ପୋଲିସ। ପୋଲିସ ୟା ଭିତରେ ଆନ୍ଦୋଳନ ଓ ହିଂସାକାଣ୍ଡ ଘଟାଇଥିବା ଡ୍ରାଇଭରଙ୍କ ମଧ୍ୟରୁ ୧୧୩ ଜଣଙ୍କୁ ଗିରଫ କରିଛି। ୩୫୪ ଅଟୋ ଜବତ କରାଯାଇଛି। ସେପଟେ ୧୪ରୁ ଅଧିକ ଆମ ବସ ଭଙ୍ଗାରୁଜାରୁ 10 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...
ମାଷ୍ଟର କ୍ୟାଣ୍ଟିନ୍ ହିଂସା ପାଇଁ ଅନୁତପ୍ତ ଅଟୋ ସଂଘ
ଓଡି଼ଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା ସଂଘ
ଭିଡିଓ ବାର୍ତ୍ତାରେ କ୍ଷମା ମାଗିଲେ ଦୀନବନ୍ଧୁ ନାଏକ
ଅନଲାଇନ୍ ସ୍ମାର୍ଟସିଟି ଅଟୋ ସଂଘ ସଭାପତି ଦୀନବନ୍ଧୁ
ଗିରଫ ଅଟୋ ଡ୍ରାଇଭରଙ୍କୁ ଛାଡ଼ି ଦେବାକୁ ନିବେଦନ
ସିଜ୍ ହୋଇଥିବା ଅଟୋକୁ ମୁକ୍ତ କରିବାକୁ ଅନୁରୋଧ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।