Autobiography: ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ ବିବାଦ: ରିପୋର୍ଟକୁ ଖଣ୍ଡନ କଲା ପେଙ୍ଗୁଇନ୍‌

Aug 28, 2026 - 19:30
Autobiography: ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ ବିବାଦ: ରିପୋର୍ଟକୁ ଖଣ୍ଡନ କଲା ପେଙ୍ଗୁଇନ୍‌

"ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ "ବିଲଙ୍ଗିଂ: ଏ ଜର୍ନି ଅଫ୍‌ ଲଭ୍‌"ର ଭାରତୀୟ ପ୍ରକାଶନକୁ ନେଇ ବିବାଦ ଦେଖାଦେଇଛି।

ପାଣ୍ଡୁଲିପିରେ ପ୍ରସ୍ତାବିତ ପରିବର୍ତ୍ତନ ଓ କେତେକ ଅଂଶ ବାଦ୍‌ ଦେବାକୁ ସୋନିଆ ରାଜି ନ ହେବାରୁ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆ ପୁସ୍ତକ ପ୍ରକାଶନରୁ ଓହରିଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା।

ତେବେ ଏହି ରିପୋର୍ଟକୁ ପେଙ୍ଗୁଇନ୍‌ ଖଣ୍ଡନ କରିଛି।Advertisment ପେଙ୍ଗୁଇନ୍‌ ଇଣ୍ଡିଆ ଶୁକ୍ରବାର କହିଛି ଯେ, ଭାରତରେ ସୋନିଆ ଗାନ୍ଧୀଙ୍କ ଏହି ପୁସ୍ତକର ପ୍ରକାଶକ ଭାବେ ଏହି ସଂସ୍ଥା ନାହିଁ।

ତେଣୁ ପାଣ୍ଡୁଲିପିରେ ସଂଶୋଧନ କରିବାକୁ ସୋନିଆ ରାଜି ନ ହେବାରୁ ପେଙ୍ଗୁଇନ୍‌ ପ୍ରକାଶନରୁ ଓହରିଯାଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଛି, ତାହା ପ୍ରକୃତ ପରିସ୍ଥିତିକୁ ପ୍ରତିଫଳିତ କରୁନାହିଁ।

ପୁସ୍ତକର ତଥ୍ୟ ଯାଞ୍ଚ କରିବା ଓ ଏହାର ଉନ୍ନତି ପାଇଁ ଲେଖକଙ୍କୁ ପରାମର୍ଶ ଦେବା ପ୍ରକାଶକଙ୍କ ଅଧିକାର ଓ ଦାୟିତ୍ୱ ବୋଲି ସଂସ୍ଥା କହିଛି।

ଏଥିସହ ପେଙ୍ଗୁଇନ୍‌ କହିଛି ଯେ, ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶ କରିବାକୁ ସେମାନେ ଆଗ୍ରହୀ ଓ ପ୍ରସ୍ତୁତ ଥିଲେ।

ଆଲୋଚନା ଚାଲିଥିବା ସମୟରେ ମଧ୍ୟ ସଂସ୍ଥାର ଏହି ସ୍ଥିତି ରହିଥିଲା।

Meeting: ରାହୁଲ ଓ ସୋନିଆ ଗାନ୍ଧୀଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବୈଠକ ସ୍ଥଗିତ...

ଅନ୍ୟପକ୍ଷରେ, ରିପୋର୍ଟ ଅନୁସାରେ ଭାରତରେ ପୁସ୍ତକଟିର ପ୍ରକାଶନ ଓ ବିତରଣ ପାଇଁ ହାର୍ପର୍‌କଲିନ୍ସ ଇଣ୍ଡିଆ ସହ ଚୁକ୍ତି ଚୂଡ଼ାନ୍ତ ହେବାର ନିକଟରେ ରହିଛି।

ଏହାର ଆନ୍ତର୍ଜାତିକ ପ୍ରକାଶନ ଉପରେ ଏହି ପରିବର୍ତ୍ତନର ପ୍ରଭାବ ପଡ଼ିବ ନାହିଁ।

ନଭେମ୍ବର ୧୦ରେ ପୁସ୍ତକଟି ବିଶ୍ୱବ୍ୟାପୀ ପ୍ରକାଶ ପାଇବ।

ଆମେରିକାରେ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ର ଆଲ୍‌ଫ୍ରେଡ୍‌ ଏ.

ନଫ୍‌ ଏହାକୁ ପ୍ରକାଶ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।