Balasore flood situation: ବିପଦ ସଙ୍କେତ ଉପରେ ଜଳକା, ଏବେ ୬.୬୦ ମିଟରରେ ପ୍ରବାହିତ ବନ୍ୟାଜଳ
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଂ ବିପଦ ସଙ୍କେତ ଛୁଇଁଲା ଜଳକା। କ୍ରମଶଃ ବୃଦ୍ଧି ପାଉଛି ଜଳକା ନଦୀର ଜଳସ୍ତର। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ 6.50 ମିଟର ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୬୦ମିଟରରେ ପ୍ରବାହିତ ହେଉଛି।
ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଂ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପର ମୁଣ୍ତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି, ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡା,ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବୃଦ୍ଧି ପାଉଛି ନଦୀର ଜଳସ୍ତର।
ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି, ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୫ ଏବଂ ସଦର ବ୍ଲକ ର ୨ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।