'swaha' : ୬ ସପ୍ତାହରେ ୩୦ ଲକ୍ଷ କୋଟି ସ୍ବାହା

Oct 09, 2026 - 15:37
'swaha' : ୬ ସପ୍ତାହରେ ୩୦ ଲକ୍ଷ କୋଟି ସ୍ବାହା

"ମୁମ୍ବାଇ: ଭାରତୀୟ ସେୟାର ବଜାର ଏବେ ଘୋର ଅସ୍ଥିରତା ଦେଇ ଗତି କରୁଛି।

ନିୟମିତ ବ୍ୟବଧାନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କରେ ହ୍ରାସ ଘଟୁଥିବାରୁ ନିବେଶକମା‌ନେ ବିପୁଳ କ୍ଷତି ସହିଛନ୍ତି।

ଗତ ୬ ସପ୍ତାହରୁ କମ୍‌ ସମୟ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।

ଅଶୋଧିତ ତୈଳ ଦର ବୃଦ୍ଧି, ଆମେରିକାର ବଣ୍ଡ୍‌ ଉପରେ ଅଧିକ ସୁଧ ମିଳିବା, ଟଙ୍କାର ଦୁର୍ବଳ ସ୍ଥିତି ଓ ବିଦେଶୀ ନିବେଶକ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ବଜାର ଚାପରେ ରହିଛି।

ଏହାର ପ୍ରଭାବରେ ସେନ୍‌ସେକ୍ସ ଓ ନିଫ୍ଟି ଚଳିତ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି।Advertisment ଗତକାଲି ଗୋଟିଏ ଦିନରେ ନିବେଶକମାନେ ୧୨ ଲକ୍ଷ କୋଟି ଟଙ୍କା ହରାଇଥିଲେ।

ଫଳରେ ମୋଟ ବଜାର ପୁଞ୍ଜି ପରିମାଣ ୪୬୦ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ନିଫ୍ଟି ଏବେ ୨୨ ହଜାର ପଏଣ୍ଟ ପାଖାପାଖି ରହିଛି ଯାହା ୨୦୨୫ ଏପ୍ରିଲ୍‌ ପରଠାରୁ ଏହାର ସର୍ବନିମ୍ନ ସ୍ତର।

ବିଦେଶୀ ନିବେଶକମାନେ ଚଳିତ ବର୍ଷ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ଇକ୍ବିଟି ବଜାରରୁ ପ୍ରତ୍ୟାହାର କରିସାରିଲେଣି।

କେବଳ ଘରୋଇ ସଂସ୍ଥାଗତ ନିବେଶକ (ଡିଆଇଆଇ) ନିବେଶ ଜାରି ରଖିଥିବାରୁ ବଜାରରେ ଯାହା କିଛିଟା ସ୍ଥିରତା ରହିଛି।

ବିଶେଷଜ୍ଞମାନଙ୍କ ମତରେ ବଜାରରେ ସ୍ଥିରତା ଫେରିବା ଅନେକ ବିଷୟ ଉପରେ ନିର୍ଭର କରୁଛି।

ଅଶୋଧିତ ତୈଳ ଦର କମିବା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବା, ଆମେରିକାର ବଣ୍ଡ୍‌ ଉପରେ ସୁଧ କମିବା ଏବଂ ଟଙ୍କାର ମୂଲ୍ୟ ସ୍ଥିର ରହିବା ଦ୍ୱାରା ନିବେଶକଙ୍କ ଭରସା ବଢ଼ିପାରିବ।

ଏଥି ସହିତ ବିଦେଶୀ ନିବେଶକ ଫେରିବା ଓ ଘରୋଇ ନିବେଶକ ସେମାନଙ୍କ ନିବେଶ ପୂର୍ବଭଳି ଜାରି ରଖିବା ଜରୁରି।

ଭାରତୀୟ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ତୃତୀୟ ତ୍ରୈମାସିକ ଫଳାଫଳ ଉତ୍ସାହଜନକ ରହିଲେ ବି ନିବେଶକମାନଙ୍କ ମନୋବଳ ଦୃଢ଼ ହୋଇପାରିବ।

ସେମାନଙ୍କ ମତରେ ବର୍ତ୍ତମାନ ନିଫ୍ଟି ଦୁର୍ବଳ ସ୍ତରରେ ରହିଛି।

ନିଫ୍ଟି ୨୨,୩୫୦ରୁ ୨୨,୪୦୦ ପଏଣ୍ଟ ମଧ୍ୟରେ ଥିବା ସ୍ତରକୁ ଅତିକ୍ରମ କରିପାରିଲେ ବଜାର ଉପରେ ଚାପ କମ୍‌ ହୋଇପାରିବ।

ତେବେ ହ୍ରାସର ଧାରା ଜାରି ରହିଲେ ନିଫ୍ଟି ଆହୁରି ତଳକୁ ଖସିବାର ମଧ୍ୟ ଆଶଙ୍କା ରହିଛି।

ନେବୋଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନବନେଥେମ୍‌ ପିଲ୍ଲେ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।