Beggar For A Day: ଗୋଟିଏ ଦିନ ପାଇଁ ଭିକାରି ସାଜିଲେ ୟୁଟ୍ୟୁବର, ଟଙ୍କା ଗଣିବା ବେଳେ ଉଡ଼ିଗଲା ହୋସ୍!
ଗୋଟିଏ ଦିନ ପାଇଁ ଭିକାରି ସାଜିଲେ ୟୁଟ୍ୟୁବରଙ୍କ ବନ୍ଧୁ। ଲକ୍ଷ୍ୟ ଥିଲା, ଧାର୍ମିକ ସମାଗମରେ ଭିକ୍ଷା କରି ଦିନକୁ କେତେ ଟଙ୍କା ରୋଜଗାର ହୋଇପାରେ, ତାହା ଜାଣିବା। କିନ୍ତୁ ଦିନ ଶେଷରେ ଯେଉଁ ଟଙ୍କା ମିଳିଲା, ତାହା ଦୁହିଁଙ୍କୁ ମଧ୍ୟ ଚକିତ କରିଦେଇଥିଲା।
ଘଟଣାଟି ହରିଦ୍ୱାରର କାଉଡିଆ ମେଳାର। ୟୁଟ୍ୟୁବର ପୁରୁଷୋତ୍ତମ ବଶିଷ୍ଠ ଏବଂ ତାଙ୍କ ବନ୍ଧୁ ସଚିନ ଏହି ସୋସିଆଲ ଏକ୍ସପେରିମେଣ୍ଟ କରିଥିଲେ। ସଚିନ ନିଜ ଚେହେରା ବଦଳାଇ ଛିଣ୍ଡା ପୋଷାକ ପିନ୍ଧିବା ସହ ମୁହଁରେ ମାଟି ଲଗାଇ ଭିକାରି ବେଶ ଧରିଥିଲେ। ଏପରିକି ବେକରେ ଏକ UPI QR କୋଡ୍ ମଧ୍ୟ ଝୁଲାଇ ମେଳାକୁ ଯାଇଥିଲେ।
ଦୁହିଁଙ୍କ ଅନୁମାନ ଥିଲା, ଦିନକରେ ପ୍ରାୟ ୧ରୁ ୨ ହଜାର ଟଙ୍କା ମିଳିପାରେ। ଆରମ୍ଭରେ କିନ୍ତୁ ରୋଜଗାର ବେଶ୍ କମ୍ ଥିଲା। ପ୍ରଥମ କିଛି ଘଣ୍ଟାରେ ସଚିନଙ୍କୁ ମିଳିଥିଲା ପ୍ରାୟ ୧୩୦ ଟଙ୍କା। କେହି ସହାୟତା କରିଥିଲେ, ଆଉ କେହି ସିଧାସଳଖ ମନା କରିଦେଇଥିଲେ।
ମେଳାରେ ବୁଲିବା ବେଳେ ସଚିନ ବିଭିନ୍ନ ଦୋକାନୀ ଓ ବ୍ୟବସାୟୀଙ୍କ ସହ କଥା ହୋଇଥିଲେ। ଜଣେ ଚଷମା ବିକ୍ରେତା ତାଙ୍କୁ ଏକ ଚଷମା ଉପହାର ମଧ୍ୟ ଦେଇଥିଲେ। ଅନ୍ୟପଟେ ବେକରେ ଲଗାଇଥିବା QR କୋଡ୍ ଜରିଆରେ ଡିଜିଟାଲ୍ ପେମେଣ୍ଟରେ ମଧ୍ୟ ପ୍ରାୟ ୪୦ ଟଙ୍କା ମିଳିଥିଲା।
ପ୍ରାୟ ୪ ଘଣ୍ଟା ପରେ ଟଙ୍କା ଗଣିବା ବେଳେ ସଚିନଙ୍କ ପାଖରେ ଥିଲା ୮୦୦ ଟଙ୍କା। ପରେ ସେ ଭିକ ମାଗିବା ଜାରି ରଖିଥିଲେ। ମଝିରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ତଡ଼ା ଖାଇବା ସହ ଲଗାଣ ବର୍ଷାରେ ଘଣ୍ଟା ଘଣ୍ଟା ଚାଲିବାକୁ ପଡ଼ିଥିଲା।
ଶେଷରେ ଦିନକର ବୀକ୍ଷରୁ ପ୍ରାୟ ୪ ହଜାର ଟଙ୍କା ମିଳିଥିବା ଦାବି କରିଛନ୍ତି ୟୁଟ୍ୟୁବର ଓ ତାଙ୍କ ବନ୍ଧୁ। ସେହି ହିସାବରେ ପ୍ରତିଦିନ ସମାନ ରୋଜଗାର ହେଲେ ମାସକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇପାରେ ବୋଲି ସେମାନେ ହିସାବ କରିଥିଲେ।
ତେବେ ଏହି ପରୀକ୍ଷଣର ଆଉ ଏକ ଦିଗ ମଧ୍ୟ ରହିଛି। ଦିନ ସାରା ଲୋକଙ୍କ ନିକଟକୁ ଯାଇ ସହାୟତା ମାଗିବା ଯେତିକି କଷ୍ଟକର, ଏହାର ମାନସିକ ଚାପ ମଧ୍ୟ କମ୍ ନୁହେଁ ବୋଲି ଦର୍ଶାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।