Bhubaneswar Celebrates Kali Puja: ଦୀପାବଳିରେ ମା' ସତ୍ୟକାଳୀଙ୍କ ଆରାଧନା; ଶଙ୍ଖ, ଘଣ୍ଟ ଓ ମନ୍ତ୍ରଧ୍ୱନିରେ କମ୍ପୁଛି ସତ୍ୟନଗର
ଆଜି ପବିତ୍ର ଦୀପାବଳି ଓ କାଳୀପୂଜା।
ମା'ଙ୍କ ଆରାଧନାରେ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଭୁବନେଶ୍ୱର।
ସତ୍ୟନଗରସ୍ଥିତ ସତ୍ୟକାଳୀ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଶଙ୍ଖ, ଘଣ୍ଟଘଣ୍ଟା, ହୁଳହୁଳି ଓ ବେଦମନ୍ତ୍ରରେ ପ୍ରକମ୍ପିତ ହେଉଛି ପରିବେଶ।
Advertisment ସକାଳୁ ମା'ଙ୍କ ପୂଜାର୍ଚ୍ଚନା ପରେ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ।
ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କମିଟି ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା।
ଧାଡ଼ିରେ ଦର୍ଶନ ସହ ସୁରକ୍ଷା ପାଇଁ ସିସିଟିଭି ଓ ସ୍ୱେଚ୍ଛାସେବୀ ମୁତୟନ ହୋଇଛନ୍ତି।
ଦଶମହାବିଦ୍ୟା ବେଶରେ ଦର୍ଶନ ଦେବେ ମା' ସତ୍ୟକାଳୀ।
ଅନ୍ୟପଟେ ମା'ଙ୍କ ପବିତ୍ର କାଳୀପୂଜା ଅବସରରେ ହୋମଯଜ୍ଞ ସହ ନବଗ୍ରହ ଶାନ୍ତି ପାଇଁ ଦୀପ ଜାଳୁଛନ୍ତି ଶ୍ରଦ୍ଧାଳୁ।
ଆଜି ସନ୍ଧ୍ୟା ୭ଟାରେ କଳସ ଅଧିବାସ ଏବଂ ରାତି ୮ଟାରେ ମା'ଙ୍କ ଉପଚାର ପୂଜା ସହ ଚଣ୍ଡୀପାଠ ଅନୁଷ୍ଠିତ ହେବ।
ମଧ୍ୟରାତ୍ରିରେ ମା'ଙ୍କ ନିକଟରେ ଲାଗି ହେବ ସ୍ୱତନ୍ତ୍ର ଭୋଗ।
ଆସନ୍ତାକାଲି ସକାଳେ କଳସ ବିସର୍ଜନ ସହ ସମାପନ ହେବ ପୂଜାବିଧି।
Advertisment ଦୀପାବଳିରେ ମା' ସତ୍ୟକାଳୀଙ୍କ ଆରାଧନା ଭୁବନେଶ୍ୱର ସତ୍ୟନଗରରେ ଭକ୍ତଙ୍କ ଭିଡ଼ ଶଙ୍ଖ, ଘଣ୍ଟ ଓ ମନ୍ତ୍ରଧ୍ୱନିରେ କମ୍ପୁଛି ସତ୍ୟନଗର ଦଶମହାବିଦ୍ୟା ବେଶରେ ଦର୍ଶନ ଦେବେ ମା' ମଧ୍ୟରାତ୍ରିରେ ଲାଗିବ ସ୍ୱତନ୍ତ୍ର ଭୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।