Bhubaneswar Durga puja : ବିଏମ୍ସିର ପୂଜା ପ୍ରସ୍ତୁତି ବୈଠକ: ୭ ଦିନରେ ରାସ୍ତା, ବିଜୁଳି ମରାମତି, ୧୯୫ ମଣ୍ଡପରେ ଦର୍ଶନ ଦେବେ ମା’
"ଭୁବନେଶ୍ବର: ଭୁବନେଶ୍ବରରେ ୧୯୫ଟି ପୂଜାମଣ୍ଡପରେ ବିରାଜିବେ ଜଗଜ୍ଜନନୀ ମା" ଦୁର୍ଗା।
ଏ ଉପଲକ୍ଷେ ଆଜି ପୂଜା କମିଟିମାନଙ୍କୁ ନେଇ ବିଏମ୍ସିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଶୃଙ୍ଖଳିତ ପୂଜାକୁ ଗୁରୁତ୍ବ ଦିଆଯିବା ସହ ପୂଜା ଓ ଭସାଣିରେ ଅଶ୍ଳୀଳ ନୃତ୍ୟରୁ ଦୂରେଇ ରହିବାକୁ କୁହାଯାଇଛି।
ଖାଦ୍ୟ ଉପରେ ଚଢ଼ଉ ଜୋରଦାର ହେବ।
ନିର୍ମାଣ ବର୍ଜ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ରଖି ରାସ୍ତାଘାଟ ଅବରୋଧ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
୭ ଦିନ ଭିତରେ ପୂଜାମଣ୍ଡପ ସ୍ଥଳକୁ ସଂଯୋଗ ଖାଲଖମା ରାସ୍ତାଘାଟ, ବିଜୁଳି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।Advertisment Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ ୧୯୫ ମଣ୍ଡପରେ ଦର୍ଶନ ଦେବେ ମା"ଜୋରଦାର ହେବ ଖାଦ୍ୟ ଚଢ଼ଉପାର୍କିଂ, ବର୍ଜ୍ୟ ପରିଚାଳନାକୁ ଗୁରୁତ୍ବ ଅପରପକ୍ଷେ ପୂର୍ବବର୍ଷ ଭଳି ଚଳିତବର୍ଷ କୁଆଖାଇ, ଦୟା ନଦୀର ୫ଟି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ କରାଯାଇଛି।
ଏହି ବିସର୍ଜନ ସ୍ଥଳରେ ପର୍ଯ୍ୟାପ୍ତ ଆଲୋକୀକରଣ, ସଂଯୋଗ ରାସ୍ତାକୁ ସଂପ୍ରସାରଣ, ମୂର୍ତ୍ତି ବିସର୍ଜନକୁ ବ୍ୟବସ୍ଥିତ କରିବାକୁ କମିସନରେଟ୍ ପୁଲିସ ଓ ପୂଜା କମିଟିମାନେ ପ୍ରସ୍ତାବ ଦେଇଥିଲେ।
ଅଧିକ କ୍ରେନ୍, ଜେସିବି ଆଦି ଦେବାକୁ ମତପ୍ରକାଶ ପାଇଥିଲା।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିସନର ଚଞ୍ଚଳ ରାଣା, ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅତିରିକ୍ତ କମିସନର ସସ୍ମିତା ସାହୁ, ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ପୂଜା କମିଟିମାନେ ସେମାନଙ୍କ ଅଞ୍ଚଳର ରାସ୍ତା ଅତି କଦର୍ଯ୍ୟ ଅବସ୍ଥାରେ ଥିବା ଅଭିଯୋଗ ଆଣିଥିଲେ।
ଖାଲଖମା ରାସ୍ତାଘାଟ ସାଙ୍ଗକୁ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହେବା, ସମସ୍ୟା ସୃଷ୍ଟି କରୁଛି ବୋଲି କହିଥିଲେ।
ନିର୍ବିଘ୍ନ ଭସାଣି ପାଇଁ ଗଛ ଡାଳ କାଟିବା, ଜବରଦଖଲ ହଟାଇବାକୁ କହିଥିଲେ।
କମିସନର୍ ଶ୍ରୀ ରାଣା କହିଛନ୍ତି, ରାସ୍ତା ମରାମତିର କାର୍ଯ୍ୟାଦେଶ ଦିଆ ସରିଛି।
ଖୁବ୍ଶୀଘ୍ର କାମ ଆରମ୍ଭ ହେବ।
ବାକି ସବୁ ପୂଜା ମଣ୍ଡପସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ରିପୋର୍ଟ ଦେବାକୁ ସଂପୃକ୍ତ ଜୋନାଲ୍ କମିସନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭିଡ଼ ନିୟନ୍ତ୍ରଣ ପାଇଁ ୩୬ଟି ପାର୍କିଂ ବ୍ୟବସ୍ଥା କରାଯାଇଛି।
ଗେଲ୍, ୱାଟ୍କୋ, ଟିପିସିଓଡିଏଲ୍ଙ୍କୁ ଏବେ କେବଳ ଖୋଳା ରାସ୍ତା ମରାମତି ଅନୁମତି ଦିଆଯାଇଛି।
ସମ୍ବେଦନଶୀଳ ପୂଜାମଣ୍ଡପରେ ରାତି ୧୨ଟା ପରେ ବି ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି।
ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ବ ଦିଅଯାଇଛି।
ରାବଣ ପୋଡ଼ି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରାସ୍ତାରେ ଝୁଲିଥିବା ତାର ସବୁକୁ ହଟାଇବାକୁ ଟିପିସିଓଡିଏଲ୍କୁ କୁହାଯାଇଛି।
ଚକେସିଆଣି, ସତ୍ୟନଗର, ବମିଖାଲ, ତାରିଣୀ ମନ୍ଦିରରୁ ଡ଼ମଣା, ଝାରପଡ଼ାରୁ କେଶୁରା ଆଦି ରାସ୍ତା ଖରାପ ଥିବାରୁ ମରାମତି କରିବାକୁ ପୂଜା କମିଟିମାନେ କହିଛନ୍ତି।
ବୈଠକରେ ବିଭନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।
ଜଗିବେ ୩୦୦ ଅଧିକାରୀ, ୪୦ ପ୍ଲାଟୁନ୍ ଫୋର୍ସ, ୩ କମ୍ପାନି ଅର୍ଦ୍ଧ ସାମରିକ ବଳ ଭୁବନେଶ୍ବର: ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭିଡ଼ିଛି।
ସହରର ମୋଟ୍ ୧୯୫ଟି ପୂଜା ମଣ୍ଡପ ଥିବା ବେଳେ ଗହଳି ଏବଂ ସମ୍ବେଦନଶୀଳତା ଦୃଷ୍ଟିରୁ ଏ, ବି ଓ ସି ୩ଟି ବର୍ଗରେ ବିଭକ୍ତ କରାଯାଇ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ବୋଲି ଡିସିପି ସରବଣା ବିବେକ୍ ଏମ୍ କହିଛନ୍ତି।
ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି।
ଏଥିପାଇଁ ୩୦୦ଜଣ ପୁଲିସ ଅଧିକାରୀଙ୍କ ନେତୃତ୍ବରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ।
ଏହା ଛଡ଼ା ୩ କମ୍ପାନି ସିଆର୍ପିଏଫ୍ ଯବାନ, ଷ୍ଟ୍ରାଇକିଂ ଫୋର୍ସ, ଏନ୍ଡିଆର୍ଏଫ୍, କୁଇକ୍ ଆକ୍ସନ ଟିମ୍, କୁଇକ୍ ରେସ୍ପନ୍ସ ଟିମ୍ ସହର ଉପରେ ନଜର ରଖିବେ।
ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ।
ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ର ଖୋଲିବ।
ସେହିପରି ସୁନା ଓ ଚାନ୍ଦି ମୁକୁଟ, ମେଢ଼ ଥିବା ମଣ୍ଡପ ଉପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ।
Election: ଛାତ୍ର ସଂସଦ ନିର୍ବାଚନରେ ଭାଗ ନେବେ ୧୦ହଜାର ଛାତ୍ରଛାତ୍ରୀ ସିସି କ୍ୟାମେରା ନଜରରେ ପୂଜାମଣ୍ଡପଏସିପି ଓ ଆଇଆଇସିମାନଙ୍କ ସ୍ତରରେ ସମସ୍ତ ପୂଜା କମିଟି ସହ ବୈଠକ କରାଯାଇ ମଣ୍ଡପଗୁଡ଼ିକରେ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭିଡ଼ ଭିତରେ ଛିନ୍ତାଇ, ଲୁଟ୍ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ସାଦା ପୋଷାକରେ ପୁଲିସ ଏବଂ ମହିଳା ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯିବ।
ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାଟ୍ରାଫିକ୍ ନିୟନ୍ତ୍ରଣ ଓ ସୁବିଧାଜନକ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ରାସ୍ତା ଉପରେ ଗାଡ଼ି ପାର୍କିଂ ନ କରିବାକୁ ଏବଂ ରଙ୍ଗ୍ ରୁଟ୍ରେ ଗାଡ଼ି ନ ଚଲାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ନିକଟ ଅତୀତରେ ଜେଲ୍ରୁ ମୁକୁଳିଥିବା ଅପରାଧୀମାନଙ୍କ ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।
ପ୍ରତ୍ୟେକ ରବିବାର ଜେଲ୍ ପରେଡ୍ କରାଯାଉଛି।
ଜାମିନରେ ଆସିଥିବା ଅପରାଧୀମାନେ ଯେପରି ଥାନାରେ ନିୟମିତ ହାଜିରା ଦେବେ, ତାହା ସୁନିଶ୍ଚିତ କରିବାକୁ ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୋସିଆଲ୍ ମିଡିଆ ଉପରେ ମନିଟରିଂପାର୍ବଣ ସମୟରେ ସୋସିଆଲ୍ ମିଡିଆ ମନିଟରିଂ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି।
ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଜନସାଧାରଣଙ୍କୁ ଭୟଭୀତ କରିବା ଭଳି କୌଣସି ଭିଡିଓ ବା ଗୁଜବ ପ୍ରଚାର କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଜନସାଧାରଣଙ୍କୁ ଶୃଙ୍ଖଳିତ ଭାବେ ସୋସିଆଲ ମିଡିଆ ବ୍ୟବହାର କରିବାକୁ ଅନୁରୋଧ କରାଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।