Bidulata Patnaik’s 28th Death Anniversary ବିଦୁଲତା ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା, ମାଆର ବିକଳ୍ପ ନାହିଁ-ସୌମ୍ୟ ରଞ୍ଜନ
"ଚଣ୍ଡିଖୋଲ(ଭକ୍ତ ସାହୁ): ବଡ଼ଚଣା ବ୍ଲକ ତଥା ବାଲିଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନାନପୁର ଗ୍ରାମର ଧର୍ମପ୍ରାଣା ମହିଳା ବିଦୁଲତା ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଆଜି (ବୁଧବାର) ତାଙ୍କ ବାସଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ।
Advertisment ଘସିପୁରା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆନିଜ ବକ୍ତବ୍ୟରେ ସୌମ୍ୟ ରଞ୍ଜନ କହିଥିଲେ, ମାଆର ବିକଳ୍ପ ନାହିଁ।
ମାଆ ନଥିଲେ ଆମେ ଏ ଦୁନିଆକୁ କେବେ ଦେଖି ପାରି ନଥାନ୍ତୁ।
ବିଦୁଲତା ପଟ୍ଟନାୟକ ଜଣେ ଭଲ ମାଆ ଓ ଆଦର୍ଶ ମହିଳା ଥିଲେ ।
ତାଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିରର ଆୟୋଜନ ହେଉଥିବା ଖୁବ ଆନନ୍ଦର କଥା ।
ଏହାର ମୁଖ୍ୟ ଆୟୋଜକ ତାଙ୍କ ପୁତ୍ର ଅନିଲ ବାବୁ ଅନ୍ୟ ପୁଅ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
Kanak-News-Odisha-Nirman-Conclave-2025 :ନୂଆ ଓଡ଼ିଶା ନିର୍ମାଣ ପାଇଁ ସଂକଳ୍ପ ଜରୁରୀ: ସୌମ୍ୟରଞ୍ଜନ ପଟ୍ଟନାୟକଶିକ୍ଷାବିତ ହରିହର କାନୁନଗୋ କହିଥିଲେ, ବାପା ମାଆ ହେଉଛନ୍ତି ପ୍ରତ୍ୟେକ ସନ୍ତାନ ପାଇଁ ଜୀବନ୍ତ ଦେବତା ଭଳି।
ପ୍ରଗତିବାଦୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ,ପୂର୍ତ୍ତ ବିଭାଗ ସହକାରୀ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳେଇ ଓ ସାହିତ୍ୟିକ ଯଚିନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ସଭାର ଅଧ୍ୟକ୍ଷତା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ପରିବାର ସଦସ୍ୟ ନିହାର ରଞ୍ଜନ ଦାଶ ପଟ୍ଟନାୟକ, କମଳାକାନ୍ତ ପଟ୍ଟନାୟକ, ଶାରଦା ପ୍ରସନ୍ନ ମହାନ୍ତି, ମିହିର ସ୍ୱାଇଁ, ଶର୍ମିଷ୍ଠା ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ, ସ୍ୱପ୍ନିଲ ପଟ୍ଟନାୟକ, ଲିଖିତା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଏହି ଅବସରରେ ସ୍ୱର୍ଗତା ବିଦୁଲତାଙ୍କ ସ୍ମୃତିରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲେ।
ସ୍ୱର୍ଗତା ପଟ୍ଟନାୟକଙ୍କ ପୁତ୍ରବଧୁ ଜ୍ୟୋତିସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।