Big Education Reform in Odisha: ଦଶମ ଓ ଦ୍ୱାଦଶ ପାଇଁ ଏଣିକି ଗୋଟିଏ ବୋର୍ଡ, ମିଶିବ BSE ଓ CHSE
ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏଣିକି ଗୋଟିଏ ବୋର୍ଡ କାର୍ଯ୍ୟ କରିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ବର୍ତ୍ତମାନ ଥିବା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (BSE) ଏବଂ କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ (CHSE) ବଦଳରେ ଗୋଟିଏ ବୋର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।
ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି।
ଆଗାମୀ ଦିନରେ BSE ଓ CHSE ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଉଭୟ ଶ୍ରେଣୀର ପରୀକ୍ଷା ଗୋଟିଏ ବୋର୍ଡ ଅଧୀନରେ କରାଯିବ। ଏହି ବ୍ୟବସ୍ଥା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ଢାଞ୍ଚା ଭଳି ହେବ। ଯେପରି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପରିଚାଳନା କରୁଛି, ସେହିପରି ଓଡ଼ିଶାରେ ମଧ୍ୟ ଗୋଟିଏ ବୋର୍ଡ ଉଭୟ ପରୀକ୍ଷା ପରିଚାଳନା କରିବ।
ସଚିବଙ୍କ ସୂଚନା ଅନୁଯାୟୀ, ଗୋଟିଏ ବୋର୍ଡ ଗଠନ ହେଲେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନାରେ ବିଶେଷ ଅସୁବିଧା ହେବ ନାହିଁ। ଦୁଇଟି ବୋର୍ଡର କାର୍ଯ୍ୟକୁ ଏକାଠି କରାଯିବା ଫଳରେ ଶିକ୍ଷା ବ୍ୟବସ୍ଥାରେ ଅଧିକ ସମନ୍ୱୟ ଆସିବ ବୋଲି ସରକାର ଆଶା ରଖିଛନ୍ତି।
ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରୁଛନ୍ତି। ଆଇନ ପ୍ରସ୍ତୁତ ହେବା ପରେ ଏହାକୁ ଆଗକୁ ନିଆଯିବ।
ବଦଳିବ ଦଶମ ପାଠ୍ୟକ୍ରମ
ବଦଳିବ ଦଶମ ପାଠ୍ୟକ୍ରମ I ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ହେବ ଗୋଟିଏ ବୋର୍ଡ I କେଉଁଠି ହେବ କାର୍ଯ୍ୟାଳୟ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ I ମୁକ୍ତ ବିଦ୍ୟାଳୟରେ ଯୋଡ଼ିହେବ ଯୁକ୍ତ ଦୁଇ ପାଠ୍ୟକ୍ରମ। ୧୮ ବର୍ଷ ଯାଏଁ ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଶିକ୍ଷା I
ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଛାତ୍ରଛାତ୍ରୀ। ମାଗଣା ଡିଜିଟାଲ ଶିକ୍ଷା ପାଇଁ ସିଏଚଏସ୍ଇକୁ ନିର୍ଦେଶ ଦିଆଯାଇଛି। ଏନେଇ ସିଏଚଏସ୍ଇକୁ ୧୦ କୋଟି ଟଙ୍କା ଦିଆଯାଇଛି। ଓଡ଼ିଆରେ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପଢ଼ିବେ ଛାତ୍ରଛାତ୍ରୀ I ଯୁକ୍ତ ଦୁଇ ପଢ଼ିବା ଭିତରେ ଦକ୍ଷ ହେବେ ଛାତ୍ରଛାତ୍ରୀ I ଯୁକ୍ତ ଦୁଇ ପରେ କର୍ମ ନିଯୁକ୍ତି ପାଇବେ ବୋଲି କହିଛନ୍ତି ଗଣଶିକ୍ଷା ସଚିବ ଏନ. ଥିରୁମାଲା ନାୟକ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।